ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ

ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବରଗଡ଼ର ବିକାଶ ପଡ଼ିଆରେ ଓହ୍ଲାଇଥିଲେ। ସେଠାରୁ ସେ ରାଜଦରବାର ଯାଇଥିଲେ। ମୁଖ୍ୟମନ୍ତ୍ରୀ ରାଜ ଅତିଥି ଭାବେ ହାତୀ ଉପରେ ବସି ରଙ୍ଗମହଲରେ ପହଂଚିଥିଲେ। ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।