ଭୁବନେଶ୍ୱର: ବଣଭୋଜି ଆଳରେ ପ୍ରଦୂଷଣ କରୁଥିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇକୋ ଟୁରିଜିମ ସ୍ଥାନରେ ପ୍ରଦୂଷଣ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏ ସଂପର୍କରେ ସୂଚନା ଦେଇଛନ୍ତି ପରିବେଶ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଂଟିଆ। ମନ୍ତ୍ରୀ କହିଛନ୍ତି, ରାଜ୍ୟର ଅଧିକାଂଶ ସହରରେ ପ୍ରଦୂଷଣର ହାର ମାତ୍ରାଧିକ ରହୁଛି। ଯାହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱରରେ ସମସ୍ତ ଇକୋ ଟୁରିଜିମ ସ୍ଥାନରେ ବଣଭୋଜି କରୁଥିଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନଜର ରଖିବ। ଯେଉଁ ବ୍ୟକ୍ତି ବଣଭୋଜି ନା ରେ ପ୍ରଦୂଷଣ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମନ୍ତ୍ରୀ ଆହୁରି କହିଛନ୍ତି ଯେ ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ଭୁବନେଶ୍ୱରରେ ଇଛଓ ଅଧିକ ରହୁଛି। ତାକୁ ଦୃଷ୍ଟିରେ ରଖି ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଏପରି ନିଷ୍ପତି ନିଆଯାଇଛି।
ଦେଖା ଦେଇଥିବା ମାତ୍ରାଧିକ ପ୍ରଦୂଷଣ ସମସ୍ୟାର ସମାଧାନ ନେଇ ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ଉଚ୍ଚସ୍ତରୀୟ ବୈଠକ ଡକାଯିବ। ବିଶେଷ କରି ସହରି ଶିଳ୍ପାଂଚଳରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଖଣି ଅଂଚଳରେ ପ୍ରକ୍ରିୟା ଯାଂଚ୍ କରାଯିବ। ଏହା ସହିତ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପାଣି ସିଂଚନ ଅବା ସଠିକ ଯାଂଚ୍ କରାଯାଇ ଆଗାମୀ ଦିନରେ ପ୍ରକ୍ରିୟା ତ୍ୱରାନିତ କରାଯିବ। କେବଳ ଭୁବନେଶ୍ୱର ନୁହେଁ, ପର୍ଯ୍ୟଟନସ୍ଥଳୀ ଆଖପାଖରେ ବଣଭୋଜି କରି ଲୋକମାନେ ବର୍ଜ୍ୟବସ୍ତୁ ଫିଙ୍ଗି ଦେଉଛନ୍ତି, ପର୍ଯ୍ୟଟନସ୍ଥଳୀ ନିକଟ ଗ୍ରାମାଂଚଳ ପୋଖରୀ ନଦୀତଟ ଅଳିଆ ଆବର୍ଜନା କରୁଛନ୍ତି, ସ୍ଥାନୀୟ ଲୋକଙ୍କ ପରାମର୍ଶକୁ ଗ୍ରହଣ କରୁନାହାନ୍ତି।
ବଣଭୋଜି କରି ଚାଲିଯିବା ପରେ ସ୍ଥାନୀୟ ବାସିନ୍ଦାଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟୋଜିତ ସରକାରୀ କର୍ମଚାରୀମାନେ ଆବଶ୍ୟକ କଟକଣା ପ୍ରୟୋଗ କରିବା ଦରକାର କରୁଛି।