ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଛାତ୍ରୀ ମୃତ, କଲେଜ ଯିବାବେଳେ ଦୁର୍ଘଟଣା

ବେଆଇନ ବାଲି ବୋଝେଇ ଟ୍ରାକ୍ଟର….

ଭଦ୍ରକ : ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ କଲେଜ ଛାତ୍ରୀ ମୃତ । ଛାତ୍ରୀ ଜଣକ ସାଇକେଲରେ କଲେଜ୍ ଯାଉଥିବା ବେଳେ ଧକ୍କା ଦେଲା ବେଆଇନ ବାଲି ବୋଝେଇ ଟ୍ରାକ୍ଟର । ମୃତା ଛାତ୍ରୀ ତାଳପଦା ଅଞ୍ଚଳର ଶ୍ରଦ୍ଧାଞ୍ଜଳି ପଣ୍ଡା ବୋଲି ସୂଚନା ମିଳିଛି!

ସାଇକେଲରେ କଲେଜ୍ ଯିବା ବେଳେ ପଛ ଆଡୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରାକ୍ଟର । ଘଟଣା ସ୍ଥଳରେ ଉତ୍ତେଜନା ଜାରି ରହିଛି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୂର୍ ପଞ୍ଚାୟତ ଅଧୀନ ହଳଦୀଗଡିଆ ଛକଠାରେ ଦୁର୍ଘଟଣା ଘଟିଛି ।

ସୂଚନାଥାଉକି, ସବୁଦିନ ଭଳି ଛାତ୍ରୀ ଜଣଙ୍କ କଲେଜ ଯାଉଥିଲେ । ଗୁରୁବାର ବି ସକାଳୁ ସେ କଲେଜ ଯାଉଥିଲେ ସାିକେଲ୍ରେ । ହେଲେଏତିକିବେଳେ ତାଙ୍କୁ ଧକ୍କା ଦେଇଥିଲା ବାଲି ବୋଝେଇ ଟ୍ରାକ୍ଟର । ଫଳରେ ତାଙ୍କର ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଅଘଟଣ ପରେ ଛାତ୍ରୀଙ୍କ ସାଙ୍ଗସାଥୀ ଓ ସଂପର୍କୀୟ ମାନେ ନ୍ୟାୟ ଦାବିରେ ରାସ୍ତାରୋକ କରିଥିଲେ ।