ଶ୍ୟାମନଗର ଗ୍ରାମ ପଞ୍ଚାୟତର କୁଶଗଡ଼ ଗ୍ରାମରେ ୨ ଟି ଦନ୍ତା ହାତିର ଉପଦ୍ରବ

ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନା ….

ଜଳେଶ୍ୱର: ଜଳେଶ୍ୱର ବ୍ଳକ ଅନ୍ତର୍ଗତ ରାଇବଣିଆ ଥାନା ଅଧୀନ ଶ୍ୟାମନଗର ଗ୍ରାମ ପଞ୍ଚାୟତର କୁଶଗଡ଼ ଓ ହଳଦିଗୁଣ୍ଡି ଜଙ୍ଗଲରେ ପଶ୍ଚିମବଙ୍ଗର ୨ ଟି ଦନ୍ତା ହାତି ଗତକାଲି ରବିବାର ରାତି ୨ ଟା ସମୟରେ ପଶି କୁଶଗଡ଼ ଗ୍ରାମରେ ଉପଦ୍ରବ କରି ବହୁ କ୍ଷୟକ୍ଷତି ଘଟାଇଛି।ସୂଚନା ଅନୁସାରେ ପଶ୍ଚିମବଙ୍ଗର ୨ ଟି ଦନ୍ତା ହାତି କୁଶଗଡ଼ ଗ୍ରାମର ଗୁର୍ଭା ମାର୍ଣ୍ଡିର କଦଳୀ ଗଛ ଭାଙ୍ଗିବା ସହିତ ଉପାର୍ଜିତ ଧାନ ଖାଇ ଦେଇଛି।ସେହିପରି ଜୟନ୍ତ ପାତ୍ରଙ୍କ କଦଳୀ ଘଛ ସହ ଅନ୍ୟ ସାମଗ୍ରୀ ନଷ୍ଟ କରିଦେଇଛି।ଗ୍ରାମବାସୀ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ ମଧ୍ୟ ସେମାନଙ୍କ ଆସିବା ବିଳମ୍ବ ଦେଖି ଗ୍ରାମବାସୀଙ୍କ ତରଫରୁ ସାଗର୍ଜିତ ମାର୍ଣ୍ଡି, କାନ୍ଦ୍ରା ମାର୍ଣ୍ଡି, ରଘୁବୀର ପାତ୍ର, ରାଜିବ ଖୁଣ୍ଟିଆ ଓ ସୁବାଷ ଘୋଷ ପ୍ରମୁଖ ହାତି ଦୁଇଟିକୁ ପଶ୍ଚିମବଙ୍ଗ ବାଉଁଶଖାଳି ଜଙ୍ଗଲକୁ ଘଉଡ଼ାଇ ଥିବା ବେଳେ ଜଙ୍ଗଲ ବିଭାଗ ଦ୍ୱାରା ନିୟୋଜିତ ଗଜସାଥୀ ଦୁର୍ଗା ମାର୍ଣ୍ଡି, ପଲଟୁ ପାତ୍ର, ମୁଷି ପାତ୍ର ପ୍ରମୁଖ ଭୁର ୪ ଟା ସମୟରେ ପହଞ୍ଚି ଘଉଡ଼ାଇବାକୁ ସକ୍ଷମ ହୋଇଥିଲେ।