ବାହାନଗା ଟ୍ରେନ ଦୁର୍ଘଟଣା : ଏସ୍‌ସିବିରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ବାଲେଶ୍ବର : ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପଶ୍ଚିମବଂଗ ସୋହେଲ ମନସୁର ମନସୁର ବୋଲି ସୂଚନା ମିଳିଛି । ସେ ସର୍ଜରୀ ଆଇସିୟୁରେ ଚିକିତ୍ସାଧୀନ ଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱର ଥିଲା । କିଛି ଦିନ ହେବ ସେ ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥିଲେ । ଆଜି ତାଙ୍କର ମୃତ୍ୟୁ ହୋଇଛି । ଏଥିସହିତ ବାହାନଗା ଟ୍ରେନ୍ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୨୯୧ରେ ପହଁଚିଛି । ଗତକାଲି ଜଣଙ୍କର ଓ ପୂର୍ବରୁ ଆଉ ଜଣେ ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା