ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ବର(ଏସ୍ଆ ନ୍ଯୁଜ) ଦୀର୍ଘ ସାତ ମାସ ପରେ ଆଜିଠାରୁ ଖୋଲିଲା ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ବଟାନିକାଲ ଗାର୍ଡେନ । କରୋନା ସଙ୍କଟ ସମୟରେ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ଖୋଲିଛି ପ୍ରାଣୀଉଦ୍ୟାନ । ମାସ୍କ ବିନା ନନ୍ଦନକାନନ ମନା କରାଯାଇଥିବା ବେଳେ ଏନ୍‌କ୍ଲୋଜର ଛୁଇଁବା ନିଷେଧ କରାଯାଇଛି ।କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ୧୫ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ବନ୍ଦ କରାଯାଇଥିଲା  । 

ତେବେ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ନନ୍ଦନକାନନ ଖୋଲାଯିବ ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଥିଲେ । ଦୈନିକ ୧୫୦୦ ପ୍ରଯ୍ୟଟକ ଉଦ୍ୟାନ ବୁଲିବାକୁ ଅନୁମତି ମିଳିବ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ । ଅଫ୍ ଲାଇନରେ ଟିକେଟ ନେବାକୁ ଧାଡି ନୁହେଁ, ଜଣ ଜଣଙ୍କୁ ଦିଆଯିବ । ପର୍ଯ୍ୟଟକମାନଙ୍କର ଥର୍ମାଲ ସ୍କ୍ରିନିଙ୍ଗ ପାଇଁ ବ୍ୟବସ୍ଥା ରହିଛି ।ନନ୍ଦନକାନନରେ ନିୟମିତ ସାନିଟାଇଜର ନେଇ ବ୍ୟବସ୍ଥା ହୋଇଛି ।ତେବେ ସୁରକ୍ଷା ଦୃଷ୍ଟିରୁ ସଫାରି ଓ ବୋଟିଂକୁ ବନ୍ଦ କରାଯାଇଛି ।