ପ୍ରେମିକାଙ୍କୁ ପ୍ରତାରଣା କରି ଡାକ୍ତର ଗିରଫ

ବୌଦ୍ଧ(ଏସ୍ ନ୍ଯୁଜ): ପ୍ରେମିକାଙ୍କୁ ପ୍ରତାରଣା ଅଭିଯୋଗରେ ଡାକ୍ତର ଗିରଫ। ବୌଦ୍ଧ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ବ୍ରହ୍ମପୁର ମହିଳା ଥାନା ପୁଲିସ ଗିରଫ କରିଛି।ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମହିଳା ଥାନା ପୁଲିସ୍ ମାମଲା ରୁଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗିରଫ ଡାକ୍ତର ତପନ କୁମାର ଶତପଥୀ କାମ କରୁଥିଲେ । ଗତକିଛି ବର୍ଷ ହେଲା, ଫେସ୍‌ବୁକରେ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ସଂପର୍କ ନିବିଡ଼ ଥିବାବେଳେ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଡାକ୍ତର।ଏପରିକି ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ସେପଟେ ଗତ ୨୦୧୯ ମସିହାରେ ଡାକ୍ତର ଶତପଥୀ ଅନ୍ୟତ୍ର ବିବାହ କରିଥିଲେ। ୨୦୨୦ ମସିହାଠାରୁ ଡାକ୍ତର ତାଙ୍କ ପ୍ରେମିକାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ଡାକ୍ତର ବିବାହ କରିଥିବା ଅଭିଯୋଗକାରିଣୀ ଯୁବତୀ ଜଣକ ଜାଣିପାରିବା ପରେ ଏନେଇ ସେ ବ୍ରହ୍ମପୁର ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।