ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟରାଜପଥ ବନ୍ତ ବଜାର ଠାରେ ଆଇରନ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ

ଭଦ୍ରକ: ଘଟଣାରୁ ପ୍ରକାଶ ଯେ ଭଦ୍ରକ-ଆନନ୍ଦପୁର ୫୩ ନଂ ରାଜ୍ୟ ରାଜପଥ ଭାୟା ବନ୍ତ ବଜାର ମଧ୍ୟ ଦେଇ ଦୈନନ୍ଦିନ ଶହଶହ ଓଭରଲୋଡ଼ିଂ ବାଲି ହାଇୱା ଓ ଆଇରନ ଟ୍ରକ ଗୁଡିକ ଦୃତ ଗତିରେ ଯାତାୟାତ କରୁଅଛି I ଆଇରନ ବୋଝେଇ ଟ୍ରକ ଗୁଡିକ କେନ୍ଦୁଝରରୁ ଭାୟା ପାଣିକୋଇଲି ମଧ୍ୟ ଦେଇ ଧାମରା ଯିବାକୁ ଅନୁମତି ଥିବାବେଳେ ତେଲ ଏବଂ ଟୋଲଗେଟ୍ ଅର୍ଥ ବଞ୍ଚାଇବାକୁ ଯାଇ ବନ୍ତ ପୋଲିସ୍ କୁ ପ୍ରତି ଗାଡ଼ିରେ ହାତଗୁଞ୍ଜା ଦେଇ ବନ୍ତ ମଧ୍ୟ ଦେଇ ଯାତାୟାତ କରୁଅଛି I ଅନେକ ବାଲି ହାଇୱା ଏବଂ ଆଇରନ ବୋଝେଇ ଗାଡି ପୋଲିସ୍ ଚାନ୍ଦାରୁ ବଞ୍ଚିବା ପାଇଁ ଦୃତ ଗତିରେ ଜନଗହଳି ପୂର୍ଣ୍ଣ ବଜାର ଗୁଡିକରେ ଯାତାୟାତ କରୁଛନ୍ତି I ପୂର୍ବରୁ ଅନେକ ଦୁର୍ଘଟଣାରେ ଅନେକ ନିରୀହ ଜୀବନ ଚାଲି ଯାଇଥିବା ବେଳେ,ଆଉ ଏକ ଲୋମହର୍ଷଣକାରି ଦୁର୍ଘଟଣାରେ ନିରୀହ ଜୀବନ ଟିଏ ଝଡି ପଡିଛି I

ସୂଚନାଯୋଗ୍ୟ ଟିଲୋ ବଡ଼ସାହି ଗ୍ରାମର ଯୁବକ ଶଙ୍କର୍ଷଣ ସାହୁ ନିଜ ମଟୋର ସାଇକେଲ ମାଧ୍ୟମରେ ବନ୍ତ ବଜାରରୁ ଘରକୁ ଫେରୁଥିବା ସମୟରେ ବନ୍ତ ବଜାର ଜଳସେଚନ ଅଫିସ୍ ସମ୍ମୁଖରେ ପାଚେରୀ ନିର୍ମାଣ ପାଇଁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ କୁଢ଼ ହୋଇପଡିଥିବା ବାଲି ଓ ଚିପ୍ସ ପାଖରେ ଶଙ୍କର୍ଷଣଙ୍କ ଉପରେ ଅନନ୍ଦପୁର ଦିଗରୁ ଦୃତ ଗତିରେ ଆସୁଥିବା ଆଇରନ ବୋଝେଇ ଟ୍ରକଟି ଚଢି ଯାଇଥିଲା, ଫଳରେ ଘଟଣା ସ୍ଥଳରେ ଶଙ୍କର୍ଷଣ ଗୁରୁତର ଅବସ୍ଥାରେ ପଡିରହିଥିଲେ, ଶଙ୍କର୍ଷଣଙ୍କୁ ଭଦ୍ରକ ମେଡିକାଲରୁ କଟକ ଅଭିମୁଖେ ନେଉଥିବା ସମୟରେ କୁଆଖିଆ ପାଖରେ ତାଙ୍କର ମୃତ୍ୟୁ ଘଟିଛି,ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ଶହଶହ ଲୋକ ଋଣ୍ଡିଭୁତ ହୋଇ ରାସ୍ତାରୋକ କରି ଶଙ୍କର୍ଷଣଙ୍କ ପରିବାରକୁ କ୍ଷତିପୂରଣ ସହ, ବେଆଇନ ଭାବରେ ଯାତାୟତ କରୁଥିବା ଆଇରନ ଗାଡିକୁ ସମ୍ପୂର୍ଣ ବନ୍ଦ କରାଯିବା ସହ,ଦୈନନ୍ଦିନ ସକାଳ ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ବନ୍ଦ ରଖିବା ସହ କେବଳ ଚାନ୍ଦା ଆଦାୟ କରୁଥିବା ବନ୍ତ ପୋଲିସ୍ ଓ ତହସିଲଦାର ଯାତ୍ରା ଅଭିନେତା ପରି ନହୋଇ ନିଜର ଦାୟିତ୍ୱ ଓ ଓଜନ ରଖନ୍ତୁ ବୋଲି ସାଧାରଣରେ ଦାବୀ ଜୋର ଧରିଛି I