ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଇଲେକ୍ଟ୍ରିକାଲ ଡିଭିଜନ ଅନ୍ତର୍ଗତ, ନାମ୍ପୋ ସେକ୍ସନରେ କାର୍ଯ୍ୟରତ ବିଲ କଲେକ୍ଟର ଶିବ ଶଙ୍କର ସାହୁ ନିଜର କଲେକ୍ସନ କାର୍ଯ୍ୟ ସାରି ଘରକୁ ଫେରୁ ଥିବା ସମୟରେ,ଦିବା ପ୍ରାୟ 2.30 ମିନିଟ ସମୟରେ ସଡ଼କ ଦୁର୍ଘଟଣାରେ ଶୀକାର ହୋଇ, ବାଲେଶ୍ୱର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି, ତାଙ୍କର ଏହି ଅସମୟ ମୃତ୍ୟୁ ପାଇଁ, ଅଲ ଓଡିଶା ମିଟର ରିଡର ଆସୋସିଏସନ ଗଭୀର ଦୁଃଖ ପ୍ରକାଶ କରିବା ସହ, ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ , ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି. ଏଥି ସହ ଉକ୍ତ ଡିଭିଜନର ସମସ୍ତ ବିଲ କଲେକ୍ଟର ମାନଙ୍କୁ ଆସନ୍ତା କାଲି ଶୋକ ଉସ୍ତବ ପାଳନ କରିବା ପାଇଁ ସଙ୍ଘ ତରଫରୁ ନିବେଦନ କରା ଯାଉଛି.