ବିଜେଡି ଛାଡ଼ିଲେ ବିଷ୍ଣୁଙ୍କ ଅନୁଗତ

ଜଗତସିଂହପୁର(ଏସ ନ୍ୟୁଜ ): ତିର୍ତ୍ତୋଲ ଉପନିର୍ଵାଚନକୁ ଆଉ ଗୋଟିଏ ଦିନ ଥିବା ବେଳେ ରଘୁନାଥପୁରରେ ଆଜି ଜଣେ ବିଜେଡି ନେତ୍ରୀ ଦଳ ଛାଡିଛନ୍ତି ।  ଚିକିନିଆ ପଂଚାୟତ ସମିତି ସଭ୍ୟା ପ୍ରମିଳା ଦେଇ ଦଳ ଛାଡ଼ିବା ସହ ତାଙ୍କ ଇସ୍ତଫା ପତ୍ର ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ପଠାଇ ଦେଇଛନ୍ତି । 

ସେ ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ଜଣେ ସମର୍ଥକ ହୋଇଥିବାରୁ, ତାଙ୍କୁ ଏମିତି ହଇରାଣ ଓ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।  ପୂର୍ବରୁ ମଧ୍ୟ ସମସ୍ତ ଜିଲ୍ଲାର ତିନ ବ୍ଲକରେ ବିଷ୍ଣୁଙ୍କ ସମର୍ଥକଙ୍କୁ ଅଣଦେଖା କରା ଯାଉଥିବା ନେଇ ଦାୟିତ୍ୱରେ ଥିବା ତୁଙ୍ଗ ନେତାଙ୍କ ନିକଟରେ ସେ ଅଭିଯୋଗ କରିଥିଲେ । ହେଲେ ପଂଚାୟତର ପର୍ଯ୍ୟବେକ୍ଷକ ଥିବା ମନୋଜ ମିଶ୍ର ଓ ଦାୟିତ୍ୱରେ ଥିବା ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ତାଙ୍କୁ ଗୁରୁତ୍ୱ ଦେଉ ନ ଥିବା ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।