ଦେଶରେ ଆଜି ୪୯୬ଜଣଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୪୫,୨୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ମୃତ୍ୟୁସଂଖ୍ୟା ୫୦୦ତଳକୁ ଖସିଥିବା ବେଳେ ୪୯୬ଜଣ ମୃତ୍ୟୁବରଣ କରିଛନ୍ତି ।
୫୩୨୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ନୂତନ କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୨ ଲକ୍ଷ ଟପିଯାଇଛି । ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୮୨,୨୯,୩୧୩ରେ ପହଞ୍ଚିଛି । ଏହା ମଧ୍ୟରୁ ୫୬୧୯୦୮ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧,୨୨,୬୦୭ କୁ ବୃଦ୍ଧି ପାଇଛି । ତେବେ ଶୁଭ ସୂଚନା ହେଉଛି ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୭୫,୪୪,୭୯୮ ରେ ପହଞ୍ଚିଛି । ଏହା ସହ ଦେଶରେ ଗତକାଲି ୮,୫୫,୮୦୦ନମୁନା ପରୀକ୍ଷା କରାଯାଇଥିବା ବେଳେ ନଭେମ୍ବର ୧ସୁଦ୍ଧା ସର୍ବମୋଟ ୧୧,୦୭,୪୩,୧୦୩ ନମୁନା ପରୀକ୍ଷା କରାଯାଇଛି।