ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା

ବାଲେଶ୍ବର(ଏସ ନ୍ଯୁଜ): ରାତିପାହିଲେ ବାଲେଶ୍ବର ଉପନିର୍ବାଚନ। ଏହି ସମୟରେ ଜିଲ୍ଲାର ଚାନ୍ଦିପୁରରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗତକାଲି ହୋଟେଲରେ ପଶି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ପ୍ରଚାର ଶେଷ ହେବା ପରେ ଜିଲ୍ଲା ବାହାରର ସମସ୍ତ ରାଜନେତା ଓ ସାମ୍ବାଦିକମାନଙ୍କୁ ଫେରିଯିବାକୁ ପୁଲିସ୍ ପକ୍ଷରୁ କୁହାଯାଇଥିଲା। ହେଲେ ଜଣେ ରାଜନେତା ଚାନ୍ଦିପୁରର ଏକ ହୋଟେଲରେ ରହିଥିଲେ। ଏନେଇ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।

ହେଲେ ଗତକାଲି ବିଳମ୍ବିତ ରାତିରେ ଉକ୍ତ ହୋଟେଲରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ପରସ୍ପରକୁ ଆକ୍ରମଣ କରିଥିଲେ। ଏଥିରେ ହୋଟେଲରେ ରହିଥିବା ରାଜନେତା ଓ ଚାନ୍ଦିପୁର ସମିତିସଭ୍ୟଙ୍କ ସାନଭାଇ ସଞ୍ଜୟ ଦଳେଇ ଗୁରୁତର ଆହତ ହୋଇଥିଲେ।