ଅଧିବେଶନ ସରିବା ପୂର୍ବରୁ ଦୁଇଫାଳ ହେବ ବିଜେଡି

ବିଜେଡିର ୮୦ ବିଧାୟକ ଟିକେଟ୍‌ ହରାଇବାର …

ଭୁବନେଶ୍ୱର: ବିଜେଡିର ୮୦ ବିଧାୟକ ଟିକେଟ୍‌ ହରାଇବାର ଆଶଙ୍କା ପ୍ରକାଶ ପାଇବା ପରେ ବିଜେଡି ଭିତରେ ଭାଳେଣି ପଡ଼ିଗଲାଣି । ନବୀନ ନିବାସରେ ନିଯୁକ୍ତ ନବଦାସଙ୍କ ଗୁପ୍ତଚର ଏବେମଧ୍ୟ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ନବଦାସଙ୍କ ଗୋଷ୍ଠୀର ଜଣେ ବିଧାୟକଙ୍କୁ ଟିକିନିଖି ଖବର ପ୍ରଦାନ କରୁଛି । ସଂପୃକ୍ତ ଗୁପ୍ତଚରଙ୍କ ସୂଚନା ମୁତାବକ ବର୍ତମାନର ୮୦ ବିଧାୟକଙ୍କ ଟିକେଟ୍‌ କଟାଯିବା ବିଷୟଟିକୁ ପ୍ରଘଟ କରିବା ଆଶଙ୍କାରେ ନବଦାସଙ୍କୁ ହତ୍ୟା କରାଯାଇଛି ।

ଆଗାମୀ ନିର୍ବାଚନରେ କୋଉ ୮୦ ବିଧାୟକ ଟିକେଟ୍‌ ହରାଇବେ, ତାକୁ ନେଇ ବିଜେଡିର ବିଭିନ୍ନ ଗୋଷ୍ଠୀ ଭିତରେ କବାଟକିଳା ଆଲୋଚନା ଆରମ୍ଭ ହୋଇଯାଇଛି । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗରେ କାହାର ପାଟି ଫିଟୁନି ।
ବିଧାନସଭା ଅଧିବେଶନ ସରିବା ଭିତରେ କିଛି ଗୋଟିଏ ବିସ୍ଫୋରଣ ହେବ ବୋଲି ଭୁବନେଶ୍ୱର ବିଜେଡି ମୁଖ୍ୟାଳୟରେ ନିୟମିତ ପାଦ ପକାଉଥିବା କିଛି କୁହାଳିଆ ନେତା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତା’ ସହିତ ଏ କଥା ମଧ୍ୟ କହିଛନ୍ତି, ‘ଯେତେ ଯାହା ହେଉ ଆମର ନବୀନବାବୁ ଜିନ୍ଦାବାଦ’ ।