ଭୁବନେଶ୍ବରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ

ବିମାନ ବନ୍ଦରରେ ସ୍ୱାଗତ ଜଣାଇଲେ ମାନ୍ୟବର ….

ବିମାନ ବନ୍ଦରରେ ସ୍ୱାଗତ ଜଣାଇଲେ ମାନ୍ୟବର ରାଜ୍ୟ ସଭାପତି ଓ ସାଂସଦ ଶ୍ରୀ ମନମୋହନ ସାମଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଶୀର୍ଷ ନେତୃବୃନ୍ଦ ।

ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ “ରାଜ୍ୟ କୋର୍ କମିଟି ବୈଠକ”, ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପ୍ରଶିକ୍ଷଣ ଶିବିର (ଜଟଣୀ ନିକଟସ୍ଥ AIPH ବିଶ୍ୱବିଦ୍ୟାଳୟ ପରିସର), ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ, ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତି ଏବଂ ମନ୍ତ୍ରୀମଣ୍ଡଳ ବୈଠକରେ ଯୋଗ ଦେବେ । ଏହା ପରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନ ଭୁବନେଶ୍ୱରରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।