ଭୁବନେଶ୍ୱର, (ଏସ୍ ନ୍ୟୁଜ): : ଭୁବନେଶ୍ୱର ରାଜଧାନୀରେ ବୁଲିଲା ଇ-ୱେଷ୍ଟ ଗାଡି । ଘରକୁ ଘର ବୁଲି ଲୋକଙ୍କଠାରୁ ସଂଗ୍ରହ କରାଯିବ ନଷ୍ଟ ହୋଇପଡିଥିବା ଇଲେକ୍ଟ୍ରୋନିକ୍ସ । ପ୍ରଥମଥର ପାଇଁ ବିଏମସି ପକ୍ଷରୁ ଏଭଳି ନିଆରା ପଦକ୍ଷେପ ହାତକୁ ନିଆଯାଇଛି । ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ନଫୋପାଡି ସଫେଇୱାଲାଙ୍କୁ ଦେବା ପାଇଁ ବିଏମସି ଅନୁରୋଧ କରିଛି । ପ୍ରତି ଶନିବାର ଏହି ଇ-ୱେଷ୍ଟ ସଂଗ୍ରହ କରାଯିବ । ଆଜି ଏହାର ଶୁଭାରମ୍ଭ ହୋଇଛି । ତିନୋଟି ଜୋନରେ ଇଲେକ୍ଟ୍ରୋନିକ୍ସ ୱେଷ୍ଟ ସଂଗ୍ରହ କରିବ ବିଏମସି । ସେପଟେ ବିଏମସିର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।