ପରକିୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭଦ୍ରକ, (ଏସ୍‌ ନ୍ୟୁଜ): ପରକିୟା ପ୍ରୀତି ସନ୍ଦେହରେ ନିଜ ସ୍ତ୍ରୀକୁ ହତ୍ୟାକରିଛି ସ୍ୱାମୀ । କୁରାଢ଼ୀରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା କ଼ରିଛି । ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ କରାଯାଉଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଖବର ଅନୁଯାୟୀ, କୌଣସି ଘଟଣାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହାପରେ ସ୍ୱାମୀ କୁରାଢ଼ୀରେ ସ୍ତ୍ରୀର ମୁଣ୍ଡକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ସ୍ତ୍ରୀର ମୃତ ଶରୀର ଘର ଭିତରେ ପଡ଼ିଥିବା ବେଳେ ପରକିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।