ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ଜରୁରୀ ବୈଠକ

ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତର ଐତିହାସିକ ଗନ୍ଧରାଢୀ …

ବୌଦ୍ଧ: ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଂଚାୟତର ଐତିହାସିକ ଗନ୍ଧରାଢୀ ମନ୍ଦିର ପରିସରରେ ଫେବୃଆରୀ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଦ୍ୱିତୀୟ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଜରୁରୀ ବୈଠକ ସଭାପତି ଅଶୋକ କୁମାର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସମ୍ପାଦକ ଶମ୍ଭୁ ଗିରି ସମ୍ପାଦକୀୟ ବିବରଣୀ ସହିତ ପୂର୍ବ ବୈଠକର ପ୍ରସ୍ତାବ ଉପରେ ସୂଚନା ରଖିଥିଲେ l ସହ ସମ୍ପାଦକ ସ୍ବାଧୀନ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏଥିରେ ବିଭିନ୍ନ କମିଟିର ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ସ୍ମରଣୀକା କମିଟି, ଶୋଭାଯାତ୍ରା କମିଟି, ସାଂସ୍କୃତିକ କମିଟି, ସାଜସଜା କମିଟି, ଅର୍ଥ କମିଟି, ବ୍ୟବସ୍ଥାପନା କମିଟି, ଉପରେ ଆଲୋଚନା କରାଯାଇଥିଲା l

ବିଭିନ୍ନ ଆଲୋଚନାରେ କୋଷାଧ୍ୟକ୍ଷ ନିରଞ୍ଜନ ଗିରି ,ଅଧ୍ୟାପକ ବାସୁଦେବ ପାତ୍ର, ଉତ୍ସବ ସାହୁ, ଭୋଲାଗିରି ସାହୁ,ଉପ-ସଭାପତି ବିଦ୍ୟାଧର ସ୍ବାଇଁ,ସହ ସମ୍ପାଦକ ଜ୍ଞାନରଞ୍ଜନ ପଟ୍ଟନାୟକ,ଉପ- ସଭାପତି ମନରଞ୍ଜନ ପୁରୋହିତ, ଅର୍ଥ କମିଟି ଅଧକ୍ଷ ଗଜେନ୍ଦ୍ର ବାରିକ,ଧ୍ରୁବ ଚରଣ ପାଣିଗ୍ରାହୀ, ନୀଳଲୋହିତ ମହାପାତ୍ର, ସନ୍ତୋଷ କୁମାର କର୍ଣ୍ଣ, ସ୍ୱପ୍ନେସ୍ୱର ମହାନ୍ତି,ଅକ୍ଷୟ କୁମାର ସ୍ୱାଇଁ, ପ୍ରଭାସ କୁମାର ଶତପଥୀ, କୃତିବାସ ପଲିଆ, ସବର ସେଠୀ, ସ୍ବାଧୀନ କୁମାର ପରିଡା, ଶୁଶିଲ କୁମାର ଦୀପ, ଧନଞ୍ଜୟ ଶତପଥୀ,ଶିଵ ବେହେରା, ,ଆଦି ଜେନା, ମୋହନ ସାହୁ, ଅଜିତ ସାହୁ, ବିଜୟ କୁମାର ଜେନା, ହିମାଂଶୁ ଜେନା, ସୁମନ୍ତ ପ୍ରଧାନ, ସୀତାକାନ୍ତ ଦନାୟକ, ନୀଳକଣ୍ଠ ପାଣିଗ୍ରାହୀ,ପ୍ରକାଶ ବାରିକ,ବିଶ୍ୱଜିତ ପୁରୋହିତ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ lମହୋତ୍ସବ ପାଇଁ ଆବଶ୍ୟକ ହେଉଥିବା ଅର୍ଥ ପ୍ରଥମେ ଉପସ୍ଥିତ ସଭ୍ୟ ଘୋଷଣା କରି ଥିବା ତୁରନ୍ତ ପୈଠ କରିବା ପାଇଁ ଅନୁରୋଧ କରିଥିଲେ l ଗନ୍ଧରାଡ଼ି ମନ୍ଦିର ଓ ହନୁମାନ ମନ୍ଦିର କୁ ଆଲୋକିକରଣ କରିବା ସହିତ ସ୍ଥାନୀୟ ବୀର ଖମ୍ବ ରେ ଶାଢୀ ବାନ୍ଧିବା ପାଇଁ ସ୍ଥିର କରାଯାଇଛି l ପୂର୍ବ ବର୍ଷ ରେ ହୋଇଥିବା ତ୍ରୁଟିକୁ ସୁଧାରିବା ନିମନ୍ତେ ବିଭିନ୍ନ ସଦସ୍ୟ ମତ ରଖିଥିଲେ lଶେଷରେ ସ୍ୱାଧୀନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।