ପୁଣି ତୁର୍କୀ-ସିରିୟାରେ ଭୂକମ୍ପ ଝଟକା ; ୩ ମୃତ

ନୂଆଦିଲ୍ଲୀ : ତୁର୍କୀ-ସିରିୟାରେ ବିନାଶକାରୀ ଭୂକମ୍ପର ଦୁଇ ସପ୍ତାହ ମଧ୍ୟରେ ପୁଣି ଥରେ ଅନୁଭବ ହୋଇଛି ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୪ ଓ ୫.୮ ରେକର୍ଡ କରାଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧୩ ଆହତ ହୋଇଛନ୍ତି।

ତୁର୍କୀ-ସିରିୟା ସୀମା କ୍ଷେତ୍ରରେ ଦୁଇ କିମି ଗଭୀରରେ ୬.୩ ତିବ୍ରତାରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ତୁର୍କୀର ଦକ୍ଷିଣ ପ୍ରାନ୍ତ ହାଟେରେ ସୋମବାର ଦୁଇ ଥର ଭୂମିକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପ ଝଟକା ମାତ୍ରକେ ଲୋକେ ଭୟଭୀତ ହେବା ସହ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଅନେକ ଅଟ୍ଟାଳିକା ମଧ୍ୟ ଏହି ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି।