ବିଡିଓଙ୍କ ଗାଡ଼ି ଧକ୍କାରେ ବାଇକ୍ ଆରୋହିଙ୍କ ମୃତ

ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ …

ଗଜପତି: ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଧକ୍କା ଦେଇଥିବା ବୋଲେରୋ ଗାଡ଼ିରେ ମୋହନା ବିଡିଓ ଥିବା ସୂଚନା ମିଳିଛି। ବିଡ଼ିଓ କୋଣସି ସରକାରୀ କାର୍ଯ୍ୟରେ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ। ଏହି ସମୟରେ ବାଇକ ଆରୋହି ପାରଳାଖେମୁଣ୍ଡି ଆଭିମୁଖେ ଆସୁଥିଲେ, ଓଭରଟେକ କରିବା ସମୟରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଟି.ପ୍ରଭାକର ରାଓ । ସାତମାଇଲ ଗ୍ରାମର ଅଧିବାସୀ ବୋଲି ଜଣାପଡିଛି ।