ଆଖି ବୁଜିଲେ ବର୍ଷୀଆନ୍ ଅଭିନେତ୍ରୀ ବେଲା ବୋଷ

୭୯ ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ….

ଆଖି ବୁଜିଲେ ବର୍ଷୀଆନ୍ ଅଭିନେତ୍ରୀ ବେଲା ବୋଷ। ୭୯ ବର୍ଷ ବୟସରେ ଲୋକପ୍ରିୟ ଅଭିନେତ୍ରୀ ତଥା ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ବୋଲା ବୋଷଙ୍କ ଦେହାନ୍ତ ହୋଇଛି। ଗତକାଲି ସେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

୧୯୫୦ ରୁ ୧୯୮୦ ଦଶକ ମଧ୍ୟରେ ବେଲା ୨୦୦ରୁ ଅଧିକ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ସେ ‘ଶିକାର’, ‘ଜିନେ କି ରାହ’, ଓ ‘ଜୟ ସନ୍ତୋଷୀ ମା’ ଭଳି ବ୍ଲକବଷ୍ଟର ଫିଲ୍ମରେ କାମ କରି ନିଜ ପ୍ରତିଭାଶାଳୀ ଅଭିନୟ ବଳରେ ସମସ୍ତଙ୍କ ହୃଦୟ ଏକ ସ୍ୱତନ୍ତ ସ୍ଥାନ ତିଆରି କରିଥିଲେ।