ବକର ବକର କରି କାଟିଦେଲେ ଦୁଇପାଳି

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ‘ମନ୍‌ କୀ ବାତ୍‌ …

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମ ଜରିଆରେ ଖାଲି ବକର ବକର ହୋଇ ଦୁଇପାଳି ଶାସନ କାଟିଦେଲେ । ‘ପରୀକ୍ଷା ପେ ଚର୍ଚ୍ଚା’ ଜରିଆରେ କିଛି ଛାତ୍ରଛାତ୍ରୀଙ୍କ ସହିତ ଭାବ ଆଦାନ ପ୍ରଦାନ କରିଦେଲେ, ବାସ୍‌ ସେତିକିରେ ଦେଶର ଶିକ୍ଷା ବ୍ୟବସ୍ଥା ସୁଧୁରିଗଲା ।

ଦେଶର ଉଜୁଡ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ବଦଳରେ ମନ୍‌ କୀ ବାତ୍‌, ପରୀକ୍ଷା ପେ ଚର୍ଚ୍ଚା’ ଭଳି ଶସ୍ତା ଲୋକପ୍ରିୟତା ପ୍ରଚେଷ୍ଟା ଆଉ କାମ କରିବନି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଆଉ ସେତିକି ଆସନ ମିଳିବନି ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି ।
ଦେଶର ଏକ ଲକ୍ଷ ୨୦ ହଜାରରୁ ଅଧିକ ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗାଲରେ ଚାପୁଡ଼ା ବାଜିବା କଥା । ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟ ନେତାଭାବେ ଚର୍ଚ୍ଚିତ ହେଉଥିବା ନେତାଙ୍କ ଘରେ ଶିକ୍ଷା ବ୍ୟବସ୍ଥା ଏତେ ବିପର୍ଯ୍ୟସ୍ତ ।

ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା କାରଣରୁ ପିଲାମାନଙ୍କୁ ଦକ୍ଷ ଶିକ୍ଷକ ମିଳୁନାହିଁ । ଦେଶର ଅଧିକାଂଶ ବିଦ୍ୟାଳୟକୁ ଇଂଟରନେଟ୍‌ରେ ସଂଯୋଗ ନକରି ଡିଜିଟାଲ ଶିକ୍ଷା ପ୍ରଦାନ ଉପକ୍ରମ ନିହାତି ଲଜ୍ଜାଜନକ । ଛି ଛି ଛି ଶତଧିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ।