ବିଜେଡି ବିଧାୟକଙ୍କ ଭିତରୁ ୮୦ ଜଣଙ୍କର ଟିକେଟ୍‌ କଟିବ

୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡି ରଣନୀତି ଆରମ୍ଭ …..

ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନ ପାଇଁ ବିଜେଡି ରଣନୀତି ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗସ୍ତ ଆରମ୍ଭ କରି ଦେଇଛନ୍ତି । ବିଜେଡିର ଜଣେ ବରିଷ୍ଠ ନେତାଙ୍କ ମତରେ ଆଗାମୀ ନିର୍ବାଚନରେ ୮୦ ଜଣ ବିଧାୟକ ବଳି ପଡ଼ିବାକୁ ଯାଉଛନ୍ତି । ଆଗାମୀ ନିର୍ବାଚନରେ ଟିକେଟ୍‌ କଟିବାର ଆଶଙ୍କା କରି ପୂର୍ବତନ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।
ବିଜେଡି ମୁଖିଆଙ୍କ ପାଖରୁ ଫେରିବା ପରଠାରୁ ନବଦାସଙ୍କ ମନ ଭଲ ନଥିଲା । ବିଜେଡିରେ ରହିବେ କି ଇସ୍ତଫା ଦେବେ ତାକୁ ନେଇ ବେଶ ଚିନ୍ତିତ ଥିଲେ । ତା’ ସହିତ ବିଜେପିର କିଛି ନେତାଙ୍କ ସହିତ ଆଲୋଚନା କରିଥିବା କ୍ରମେ ସ୍ପଷ୍ଟ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ନିକଟରେ ଫେରିବା ପରେ ନବଦାସ ଗୋଟିଏ ନୋଟ୍‌ ଲେଖିଥିଲେ ଯୋଉଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେଡିକୁ ଜିତାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୦ ଜଣ ବିଧାୟକଙ୍କୁ ଟିକେଟ୍‌ ନଦେବାକୁ ନିଷ୍ପତି ନେଇଛନ୍ତି । ୮୦ଟି ଆସନରେ ନୂଆ ନେତାଙ୍କୁ ଟିକେଟ୍‌ ଦେବାର ଯୋଜନା ଅଛି ।
କୋଉ କୋଉ ଆସନରେ ପୁରୁଣା ନେତାଙ୍କୁ ବାଦ ଦିଆଯାଇ ନୂଆ ନେତାଙ୍କୁ ଟିକେଟ୍‌ ଦିଆଯିବ, ସେ ସଂପର୍କରେ ମଧ୍ୟ ନବଦାସଙ୍କ ନୋଟ୍‌ରେ ଉଲ୍ଲେଖ କରାଯାଇଛି ।