ବିଧାୟକ ହେବା ଲୋଭରେ ମୁଖ୍ୟମନ୍ତ୍ରୀଙ୍କ ଦୋଷ ଘୋଡ଼ାଉଛନ୍ତି ଦୀପାଳି

ବାପାଙ୍କ ମୃତ୍ୟୁକୁ କେନ୍ଦ୍ର କରି ରାଜନୀତି କରା ନଯାଉ ବୋଲି ଗଣମାଧ୍ୟମ …

ଭୁବନେଶ୍ୱର: ବାପାଙ୍କ ମୃତ୍ୟୁକୁ କେନ୍ଦ୍ର କରି ରାଜନୀତି କରା ନଯାଉ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ସ୍ୱର୍ଗତ ନବଦାସଙ୍କ ସୁପୁତ୍ରୀ ଦୀପାଳି । ରାଜନୀତିର ବିନ୍ଦୁ ବିସର୍ଗ ଜାଣି ନଥିବା ଦୀପାଳି ଏପରି ପିଲାଳିଆମି କଥା କହିବାର ଅର୍ଥ ବିଧାୟକ ହେବାର ଲୋଭ । ବାପାଙ୍କ ମୃତ୍ୟୁକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ସହିତ ବାଦ କଲେ କ’ଣ ଲାଭ ମିଳିବ? ବିଜେଡି ଟିକେଟ୍‌ ବଳରେ ବିଧାୟକ ହୋଇଗଲେ, ରାଜନୈତିକ କ୍ୟାରିୟର ସଜାଡି ହୋଇଯିବ ବୋଲି ଦୀପାଳି ଭାବିଛନ୍ତି ।

ମାଆ ଦୀପାଳି, ବାପାଙ୍କୁ ଗୁଳି କରାଯାଇଥିବା ଯଦି ସତ; ତେବେ ତା’ର ନିରପେକ୍ଷ ତଦନ୍ତ ହେବା ଜରୁରୀ । ନବୀନବାବୁ ମୁଖ୍ୟମନ୍ତ୍ରୀ କ୍ଷମତାରେ ଥିବା ପର୍ଯ୍ୟନ୍ତ କ୍ରାଇମ୍‌ ବ୍ରାଂଚ ରିପୋର୍ଟ କେବେ ନିରପେକ୍ଷ ହେବ ନାହିଁ ।
ନବଦାସଙ୍କ ମାମଲା ସିବିଆଇ ହାତକୁ ଯିବା ପୂର୍ବରୁ କ୍ରାଇମ୍‌ ବ୍ରାଂଚ୍‌ ସବୁ ତଥ୍ୟ ଓ ପ୍ରମାଣ ନଷ୍ଟ କରି ସାରିଥିବ । ନବଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରାଯାଉନି; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିଚାଳନାଧୀନ ଗୃହ ବିଭାଗର ପୁଲିସ କର୍ମଚାରୀଙ୍କ ଦାଦାଗିରି ପ୍ରତି ଉଦ୍‌ବେଗ ପ୍ରକାଶ କରୁଛନ୍ତି ରାଜ୍ୟବାସୀ ।

ବିରୋଧୀ ନେତାଙ୍କ ରାଜନୈତିକ କ୍ୟାରିୟରକୁ ଖତମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ପ୍ରଶାସନକୁ ଅଧିକ କ୍ଷମତାଶାଳୀ କଲେ; ତା’ର ପରିଣାମ ସ୍ୱରୂପ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ବଳିପଡ଼ିଲେ; ଆଗକୁ ଖୋଦ୍‌ ନବୀନବାବୁ ଯେ ଶିକାର ନହେବେ; କିଏ କହିବ? ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ଏପରି କଥା କହି ଚିନ୍ତାପ୍ରକଟ କରିଛନ୍ତି । ତେଣୁ ମା’ ଦୀପାଳି, ତମ ପାଇଁ ବାପାଙ୍କ ମୃତ୍ୟୁ ଗୁରୁତ୍ୱପୂର୍ଣ୍ଣ, ଆମ ପାଇଁ ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଗୁରୁତ୍ୱପୂର୍ଣ୍ଣ ।’ ଆଜି ସାକ୍‌ସୀ ନୁୃ୍ୟଜକୁ ସାକ୍ଷାତକାର ଦେଇ କହିଛନ୍ତି ଆମ ଜନତା ଦଳ ନେତା ସୀତାରାମ ବେହେରା ।