ହରଭଙ୍ଗା ବ୍ଳକର ତିନିଗୋଟି ସ୍ଥାନରେ ଦୁର୍ନୀତି ବିରୋଧରେ ସଚେତନତା ସଭା ଓ ଶପଥ ପାଠ ଅନୁଷ୍ଠିତ

ଆଜି ଜ଼ିଲ୍ଲା ପ୍ରଶାସନ , ଜ଼ିଲ୍ଲା ଦୁର୍ନିତୀ ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ…

ବୌଦ୍ଧ:  ଆଜି ଜ଼ିଲ୍ଲା ପ୍ରଶାସନ , ଜ଼ିଲ୍ଲା ଦୁର୍ନିତୀ ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୁଲ୍ୟରେ ହରଭଙ୍ଗା ବ୍ଳକର ପୁରୁଣାକଟକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଏହି ଦିବସର ତାତ୍ପଯ୍ୟ ଉପରେ ବକ୍ତବ୍ୟ ରଖିବା ସହ ପ୍ରତ୍ୟେକ ସ୍ତରରେ ହେଉଥିବା ଦୁର୍ନୀତିର ମୁଳୋତ୍ପାଟନ ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତାର ବାର୍ତା ରଖିଥିଲେ । ସମ୍ମାନୀତ ଅତିଥିଭାବେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଆଶ୍‌ମାନ ମହାକୁଡ , ପୁରୁଣାକଟକ ସରପଞ୍ଚ ଅଶୋକ କୁମାର ସେଠୀ ଦୁର୍ନୀତି ବିରୋଧରେ ବକ୍ତବ୍ୟ ରଖିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏଥିରେ ଅଙ୍ଗନୱାଡି କର୍ମୀ, ସହଯୋଗୀ, ଆଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠିର ମହିଳାମାନେ ଯୋଗ ଦେଇ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ସମସ୍ତଙ୍କୁ ସଚେତନ କରିଥିଲେ । ସେହିପରି ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ୍ୟ ଡ. ପ୍ରମୋଦ କୁମାର ମହାପାତ୍ରଙ୍କ ଅଧକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଯୋଗଦେଇ ସମସ୍ତଙ୍କୁ ସଚେତନତାର ବାର୍ତା ଦେବା ସହ ଶପଥ ପାଠ କରାଇଥିଲେ । ସମ୍ମାନୀତ ଅତିଥିଭାବେ ନେହେରୁ ଯୁବ କେନ୍ଦ୍ରର ସଂଯୋଜକ ଆଶ୍‌ମାନ ମହାକୁଡ ଯୋଗଦେଇ ଉଦ୍ୟମ କଲେ ଦୁର୍ନୀତିକୁ ରୋକାଯାଇ ପାରିବ ବୋଲି କହିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜିତ କୁମାର ସାମଲ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବାସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜ଼ିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏଥିରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପରେ ପରେ ଖଜୁରିପଡା ସ୍ଥିତ ଯାଯାବର ଠାରେ ହରଭଙ୍ଗା ବ୍ଳକର ସିଆରପି ସିଏମ ମହିଳାମାନଙ୍କୁ ସଚେତନାତା ବାର୍ତା ଦେଇ ଶପଥପାଠ କରାଇଥିଲେ । ଅପରାହ୍ନରେ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଠାରେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଜ଼ିଲ୍ଲା ସ୍ତରୀୟ ସଚେତନତା ସଭା , ରାଲି ଏବଂ ପଥପ୍ରାନ୍ତ ନାଟକ ଉଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର , କମ୍ୟୁନିଟି ଅର୍ଗାନାଇଜର ସୁପର୍ଣ୍ଣା ମହାନ୍ତି , ଜ଼ିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଚୁଡାନ୍ତ କରିଥିଲେ ।

ଏହି ବୈଠକର ନିଷ୍ପତି କ୍ରମେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏନସିସି,ରେଡକ୍ରସ, ମହିଳା ମହାବିଦ୍ୟାଳୟ. ଏନଏଏମ ସେଣ୍ଟରରୁ ୨୫ ଜଣ ଲେଖାଏଁ ଛାତ୍ରଛାତ୍ରୀ, ସ୍ୱଂୟସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ୨୦୦ ଜଣ ମହିଳା ରାଲିରେ ଯୋଗଦେଇ ଲୋକଙ୍କୁ ସଚେତନତା କରିବାସହ ୩ ଗୋଟି ସ୍ଥାନରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଓ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବଣ୍ଟନ ସହ ସଚେତନତା ସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆସନ୍ତାକାଲି କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟଠାରେ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା,ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ ଏବଂ ମଧ୍ୟଇଂରାଜୀ ବିଦ୍ୟାଳୟ ସ୍ତରୀୟ କାର୍ଟୁନ କମ କେପସନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସାକସୀ ନିୟୁଜ