ନାରାୟଣ ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳିତ

ବୌଦ୍ଧ, -୧୫ /୦୮: ସ୍ୱାଧୀନତାର 77 ବର୍ଷ ଅବସରରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ର ନାରାୟଣ ନଗର ଗ୍ରାମର ଦୈନିକ ବଜାର ଠାରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଲକ୍ଷ୍ମୀପ୍ରସାଦ ଠାରେ ଥିବା ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ, ଲକ୍ଷ୍ମୀପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜହ୍ନ।ପଙ୍କଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ଜହ୍ନ।ପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନେ ନାରାୟଣ ନଗର ଗ୍ରାମର ତ୍ରିବେଣୀ ଛକ,ଗଙ୍ଗାଧର ଛକ ଓ ଜଗନ୍ନାଥ ମନ୍ଦିର ଦେଇ ଦୈନିକ ବଜାର ଠାରେ ପହଁଞ୍ଚିଥିଲେ ।

ସେଠାରେ ସମସ୍ତ ସ୍କୁଲର ଛାତ୍ର, ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଏକ ହୋଇଥିଲେ । ବାବୁଲା ସାହୁ ପ୍ୟାରେଡ କରି ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁଙ୍କୁ ପତାକା ଉତୋଳନ ପାଇଁ ଆମନ୍ତ୍ରଣ କରିଥିଲେ। ଶ୍ରୀଯୁକ୍ତ ଭୋଳାଗିରି ସାହୁ ପତାକା ଉତୋଳନ କରି ଭାଷଣ ଦେଇଥିଲେ । ଛାତ୍ର, ଛାତ୍ରୀ ମାନେ ଜନ ଗଣ ମନ ଅଧିନାୟକ ଜୟ ହେ ବୋଲି ଗୀତ ଗାଇଥିଲେ ।

ସରକାର ଦେଉଥିବା ସମସ୍ତ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚି ପାରୁଛି । ମିଶନ ଶକ୍ତି ମା ମାନଙ୍କୁ ସ୍ୱାବଲମ୍ବୀ ହେବାପାଇଁ ମିଶନ ଶକ୍ତି ତରଫରୁ ଋଣ ଯୋଗାଇ ଦେଉଛନ୍ତି । ବିଜୁ ପକ୍କାଘର, କାଳିଆ ଯୋଜନା ଏଭଳି ଅନେକ ଯୋଜନା ଲୋକଙ୍କ ପାଖରେ ପହଁଞ୍ଚିପାରୁଛି ବୋଲି ଭୋଳାଗିରି ସାହୁ କହିଥିଲେ । ଛାତ୍ର, ଛାତ୍ରୀମାନେ ଭାରତ ମାତାକି ଜୟ, ମହାତ୍ମା ଗାନ୍ଧୀ କି ଜୟ , ସୁବାଷ ବୋଷ କି ଜୟ,ଇନ୍ଦିରାଗାନ୍ଧୀ କି ଜୟ, ଜୟ ଯବାନ,ଜୟ କିଷାନ ବୋଲି ସ୍ଲୋଗାନ ଦେଉଥିଲେ । ଗ୍ରାମର ସମସ୍ତ ଜନସାଧାରଣ ଉପସ୍ଥିତ ଥିଲେ ।