ବୌଦ୍ଧ : ବୌଦ୍ଧ ଥାନା ଜହ୍ନlପଙ୍କ ଫାଣ୍ଡି ଲକ୍ଷ୍ମୀପ୍ରସାଦ ଗ୍ରାମର ଗୌରୀ ମେହେର (୬୫) ମଧ୍ୟାହ୍ନରେ ଗାଧୋଇବା ପାଇଁ ଗ୍ରାମ ପାଖରେ ଥିବା ଘାଟବନ୍ଧକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯାଇଥିବା ଜଣା ପଡ଼ିଛି l ପରିବାର ଲୋକେ ବହୁ ଖୋଜା ଖୋଜି କରି ପାଇନଥିଲେ l ଦିନ ୪ ଟାରେ କେତେକ ମହିଳା ଶୌଚ ପାଇଁ ପୋଖରୀକୁ ଯାଇଥିଲେ l ଏହା ଦେଖି ପରିବାର ଲୋକଙ୍କୁ ସୂଚନା ଦିଆ ଯାଇଥିଲା l ସେ ଜଣେ ମାନସିକ ବିକୃତ ମହିଳା ବୃଦ୍ଧା ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି l
ଖବର ପାଇ ବୌଦ୍ଧ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ମୃତ ବୃଦ୍ଧାଙ୍କ ଶବକୁ ପୋଖରୀରୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନା ପଠାଇଥିବା ଜଣା ପଡିଛି l ଜହ୍ନlପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନ ଏକ ଅପମୃତୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣା ପଡିଛି l ଆସନ୍ତା କାଲି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ l ସେ ଏକ ଅସହାୟ ମହିଳା ହୋଇ ଥିବାରୁ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l