ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତର

ଅନ୍ୟ ଦୁଇ ଜଣ ଗୁରୁତର ଥିବାରୁ ସ୍ଥାନୀୟ ସ୍ବେଛାସେବୀ ମାନେ ଉଦ୍ଧାର….

ବୌଦ୍ଧ -( ହୃଦାନନ୍ଦ ମେହେର ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କଣ୍ଟାମାଳ -ମନମୁଣ୍ଡା ୪୧ନଂ ରାଜ୍ୟ ରାଜପଥ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଗୁରୁତର । ସୂଚନା ଅନୁସାରେ, କଣ୍ଟାମାଳ ସଦର ଥାନାର ସୌମ୍ୟରଞ୍ଜନ ପାଣିଗ୍ରାହୀ ମକରମେଳା ଦେଖିବା ପାଇଁ ପଲଶାଗୋରା ଆସୁଥିଲେ । ବିପରୀତ ପଟରୁ ସୁଲିଆ ଗ୍ରାମର ନରେଶ ଦନ୍ତା ଓ ବୁଲୁ ବସ୍ତିଆ ପଲଶା ଗୋରାରୁ ନିଜ ଗାଁକୁ ଫେରୁଥିବା ସମୟରେ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା ।

ଫଳରେ ଉଭୟ ଗାଡ଼ିରେ ଥିବା ସମସ୍ତେ ତଳେ ପଡ଼ି ଯାଇଥିବା ବେଳେ ସୌମ୍ୟଙ୍କ ମୁଣ୍ଡର ଖପୁରି ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସୁଲିଆ ଗ୍ରାମର ନରେଶ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଥିବାରୁ ସ୍ଥାନୀୟ ସ୍ବେଛାସେବୀ ମାନେ ଉଦ୍ଧାର କରି ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ସୌମ୍ୟ ଓ ନରେଶ କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।