ବସ ଦୁର୍ଘଟଣା: ୧୬ ଯାତ୍ରୀ ଆହତ

ଭୁବନେଶ୍ବର: ମାଲକାନଗିରିରୁ ଭୁବନେଶ୍ବର ଆସୁଥିବା ବସ ଦୁର୍ଘଟଣାଗ୍ରସ୍ତ। ଆନ୍ଧ୍ର ଶ୍ରୀକାକୁଲମ ନିକଟରେ ଟ୍ରକକୁ ପିଟିଲା ବସ। ଏହି ଦୁର୍ଘଟଣାରେ ୧୬ଜଣ ଆହତ ହୋଇଛନ୍ତି। କିଛି ଗୁରୁତରଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।