ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ପାଞ୍ଚ ଛାତ୍ରଙ୍କ ଜୀବନ

ମୁମ୍ବଇ : ମହାରାଷ୍ଟ୍ରର ନାସିକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଶୁକ୍ରବାର ସନ୍ଧ୍ୟା ସମୟରେ ଏକ କାର୍‌‌ ଅନ୍ୟ ଦୁଇ ବାହନ ସହ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। କାରରେ ଛାତ୍ରମାନେ ଥିବା ସହ ସେମାନଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଏହାସହ ଆଉ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣା ସିନ୍ନର ନିକଟରେ ମୋହଦରୀ ଘାଟି ନିକଟରେ ଘଟିଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ମୃତାହତଙ୍କୁ ଉଦ୍ଧାର କରିଥିଲେ। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।