ବଢିଲା ବସ୍‌ ଭଡା

ଭୁବନେଶ୍ୱର : ରାଜ୍ୟରେ ପୁଣି ଯାତ୍ରୀବାହୀ ବସ ଭଡା ବଢିଲା । ଅଟୋମେଟିକ ମେକାନିଜିମ ଆଧାରରେ ବସ୍‌ ଭଡା ବଢିଲା । ସାଧାରଣ ଓ ଏକ୍ସପ୍ରେସ ବସ ଭଡା ୨ ପଇସା ବୃଦ୍ଧି ପାଇଛି । ସାଧାରଣ ବସ୍‌ ଭଡା ୯୦ରୁ ୯୨ ପଇସାକୁ ବୃଦ୍ଧି ପାଇଛି । ଡିଲକ୍ସ ଓ ଏସି ଡିଲକ୍ସ ଭଡା ୪ ପଇସାକୁ ବୃଦ୍ଧି ପାଇଥିବା ଜଣାପଡିଛି । ଭଡ଼ା ବୃଦ୍ଧି ନେଇ ଘରୋଇ ବସ୍‌? ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ଅଟୋମେଟିକ ମେକାନିଜିମ ଆଧାରରେ ବସ ଭଡ଼ା ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।