ଟ୍ରକ୍‌ ଓ ବୋଲୋରୋ ମୁହାଁମୁହିଁ: ୬ ମୃତ

ଲକ୍ଷେ୍ନø: ଉତ୍ତର ପ୍ରଦେଶର ଆମେଥୀରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଟ୍ରକ୍‌ ଓ ବୋଲୋରୋ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଛନ୍ତି । ରିପୋର୍ଟ ଅନୁସାରେ ବିଳମ୍ବିତ ରାତିରେ ବିବାହ ସମାରୋହରୁ ଫେରୁଥିବା ବରଯାତ୍ରୀ ଗାଡି ସଡକ ଦୁର୍ଘଟଣାର ସାମ୍ନା କରିଥିଲା । ରାୟବରେଲି ଜିଲ୍ଲାର ନସୀରାବାଦ ଅଞ୍ଚଳରୁ ଯାଇଥିବା ବରାଯାତ୍ରୀ ଗାଡି ଫେରୁଥିବା ଗାଡିରେ କିଛି ଶିଶୁ ମଧ୍ୟ ଥିଲେ । ଗୌରୀଗଂଜ ଥାନା ଅନ୍ତର୍ଗତ ବାବୁଗଂଜ ପହଞ୍ଚିଲା ବେଳକୁ ଏକ ଟ୍ରକ୍‌ ମୁହାଁମୁହିଁ ଧକ୍କା ଦେଇଥିଲା । ବୋଲେରୋରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । କିନ୍ତୁ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ।