ଜାହାଙ୍ଗିରପୁର ହିଂସା ଘଟଣା: ପୋଲିସକୁ ପଥର ମାଡ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରରେ ହୋଇଥିବା ହିଂସା ମାମଲା ଥମିବାର ନାଁ ନେଉନାହିଁ । ଉକ୍ତ ମାମଲାରେ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ ଟିମ୍‌ ଲଗାତାର ଭାବେ ଗିରଫ ଜାରି ରଖିଛି । ଏଭଳି ସ୍ଥିତିରେ ଗୁଳି ଚାଳନା କରିଥିବା ସୋନୁକୁ ଗିରଫ କରିବା ପାଇଁ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଂଚିଥିଲା । ସୋନୁ ଫେରାର ଥିବାରୁ ପୁଲିସ ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରିପାରି ନାହିଁ । ସେଥିପାଇଁ ତାଙ୍କ ସାଳିକୁ ପଚରାଉଚୁରା କରିବା ପାଇଁ ଥାନାକୁ ଆଣିଥିଲା । କିନ୍ତୁ ଏହାକୁ କେନ୍ଦ୍ର କରି ସ୍ଥାନୀୟ ମହିଳାମାନେ ହଙ୍ଗାମା ଆରମ୍ଭ କରିବା ସହ ପୁଲିସ ଉପରକୁ ପଥର ମାଡ କରିଥିବା ଜଣାପଡିଛି ।