ସ୍କୁଲ ପରେ କଲେଜ ଛୁଟିରେ ଖାଣ୍ଟଛାଣ୍ଟ

ଭୁବନେଶ୍ୱର : କରୋନା ଯୋଗୁ ପାଠପଢା ପ୍ରଭାବିତ ହୋଇଥିବାରୁ ସ୍କୁଲ ପରେ ଉଚ୍ଚ଼ ଶିକ୍ଷାନୁଷ୍ଠାନରେ ମଧ୍ୟ ଖରା ଛୁଟି କମାଇଛନ୍ତି ସରକାର । ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି । ସେହିପରି ଦରକାର ପଡିଲେ ଛୁଟି ଦିନ ଓ କାର୍ଯ୍ୟ ଦିବସରେ ମଧ୍ୟ ଅତିରିକ୍ତ କ୍ଲାସ ହେବ । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍‌ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଚିଠି ଲେଖିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, କୋଭିଡ଼ ପାଇଁ ପାଠପଢା ବ୍ୟାହତ ହୋଇଥିବାରୁ ଖରାଛୁଟି କାଣ୍ଟଛାଣ୍ଟ କରାଯାଇଛି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାରି ରହିବ ସକାଳୁଆ ସ୍କୁଲ । ମେ ପହିଲାରୁ ଜୁନ ୫ ଯାଏ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ କ୍ଲାସ ଚାଲିବାକୁ ଥିବା ବେଳେ ଏପ୍ରିଲ ୨୦ରୁ ୩୦ ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୂଆ ଆଡମିଶନ ଓ ରିଆଡମିଶନ ଚାଲୁ ରହିବ ।