ଅଜ୍ଞାନରୁ ହିଁ ବନ୍ଧନ ଓ ଜ୍ଞାନରୁ ହିଁ ମୁକ୍ତି

ମୁଁ ଶରୀର ନୁହେଁ , ମୁଁ ଆତ୍ମା..

ମୁଁ ଶରୀର ନୁହେଁ , ମୁଁ ଆତ୍ମା ଅଟେ । ଏହା ନିଶ୍ଚୟ ହେବା ଜ୍ଞାନର ଲକ୍ଷଣ ଓ ‘ମୁଁ ଶରୀର ଅଟେ’ ବୋଲି ଜାଣିବା ଅଜ୍ଞାନର ଲକ୍ଷଣ ଅଟେ। ଏହି ଶରୀର ମୋର ଅଟେ ଭାବିବା ବନ୍ଧନ ଓ ଶରୀର ମୋର ନୁହେଁ , ଏହା ଜାଣିଲେ ମୁକ୍ତି । ଅଜ୍ଞାନରୁ ହିଁ ବନ୍ଧନ ଓ ଜ୍ଞାନରୁ ହିଁ ମୁକ୍ତି ।

ଯଦି ତୁମେ ଅନାତ୍ମା ନୁହଁ ତ ଆତ୍ମା ହିଁ ଅଟ । ଜଡ଼ ନୁହଁ ତ ଚେତନ ହିଁ ଅଟ । ଶବ ନୁହଁ ତ ଶିବ ହିଁ ଅଟ। ପରପ୍ରକାଶ ନୁହଁ ତ ସ୍ୱୟଂପ୍ରକାଶ ଅଟ । ମନ ନୁହଁ ତ ମନର ଦ୍ରଷ୍ଟା ଅଟ ।

ଏହିପରି ଆତ୍ମଜ୍ଞାନ ଦ୍ୱାରା ଜ୍ଞାନୀ ଦେହସଂଘାତର ଅଭିମାନ ‘ମୁଁ’ ଓ ‘ମୋର’ ଭ୍ରାନ୍ତିରୁ ମୁକ୍ତ ହୋଇଯାଏ । ମୋର କୌଣସି କର୍ତ୍ତବ୍ୟ , ଅକର୍ତ୍ତବ୍ୟ ବାକି ନାହିଁ ବୋଲି ଯାହାର ଦୃଢ଼ ନିଶ୍ଚୟ ହୋଇଯାଏ , ସେହି ଜ୍ଞାନବାନଙ୍କୁ ଜୀବନ୍ମୁକ୍ତ କୁହାଯାଏ ।