ବିଜେପିରେ ପ୍ରାର୍ଥୀ ସଂକଟ: ୫୦ ବିଧାନସଭା ଓ ୫ ଲୋକସଭା ଆସନ ଫାଙ୍କା

ଭୁବନେଶ୍ୱର: ୨୦୦୦ ମସିହାରୁ ରାଜ୍ୟ ରାଜନୀତିରେ ବିଜେପି ପ୍ରମୁଖ ଭୂମିକା ଗ୍ରହଣ କରିଛି । ମାତ୍ର ୨୪ ବର୍ଷ ଭିତରେ ରାଜ୍ୟର ସବୁ ବିଧାନସଭା ଓ ଲୋକସଭା ଆସନ ପାଇଁ ବଳିଷ୍ଠ ପ୍ରାର୍ଥୀ ଚୟନ କରିପାରିଲାନି । ୨୦୦୦-୨୦୦୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି-ବିଜେପି ଭାଗୁଆଳି ସରକାର ଥିଲା । ସେହି ସମୟରେ ବିଜେଡି ବିଜେପିକୁ ଛାଡ଼ିଥିବା ବିଧାନସଭା ଓ ଲୋକସଭା ଆସନକୁ ଜଗିବା ପାଇଁ ଟାଣୁଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଲା । ମଉକା ଦେଖି ୨୦୦୯ରେ ଏକାକୀ ନିର୍ବାଚନ ଲଢ଼ିବାକୁ ନିଷ୍ପତି ନେଲା ।

କିନ୍ତୁ ବିଜେପି କ୍ଷମତାରେ ରହି ବିଜେଡି ଭାଗରେ ପଡ଼ିଥିବା ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନ କଲାନି । ବିଜେଡି ମୁଖିଆ କୌଣସି ପରିସ୍ଥିତିରେ ବିଜେପି ହାତ ଛାଡ଼ିବେନି ବୋଲି ରାଜ୍ୟ ବିଜେପି ମନରେ ଗଭୀର ଆସ୍ଥା ଥିଲା । ତେଣୁ ବିଜେଡି କବ୍‌ଜାରେ ରହିଥିବା ବିଧାନସଭା ଓ ଲୋକସଭା ଆସନ ପାଇଁ ଟାଣୁଆ ନେତାଙ୍କୁ ନିଯୁକ୍ତ ପ୍ରତି ସେତେଟା ଗୁରୁତ୍ୱ ଦେଲାନି ଯାହାର ପରିଣାମ ଏବେ ଭୟଙ୍କର ହେବାକୁ ଯାଉଛି ।

ବିଜେପି ନିକଟରେ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ନାହାନ୍ତି । ବିଜେପି ନିକଟରେ କର୍ମୀଙ୍କର ଅଭାବ ନାହିଁ । ମାତ୍ର ସେମାନଙ୍କ ଭିତରୁ ବିଧାୟକ ଓ ଲୋକସଭା ଆସନ ଲଢ଼ିବା ଭଳିଆ କାହାରି ଦକ୍ଷତା ନାହିଁ ।

ଛେଳିଗୋଡ଼ରେ ଯଦି ବେଙ୍ଗଳା ପକା ଯାଇପାରନ୍ତା; ତେବେ ବଳଦ ପ୍ରୟୋଜନ ପଡ଼ନ୍ତା ନାହିଁ ।