ଭୁବନେଶ୍ୱର: ଜାତି ଆଧାରରେ ଜନଗଣନା ଆରମ୍ଭ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ପ୍ରାୟ ଶେଷ ହୋଇଯାଇଛି । ଯେକୌଣସି ସମୟରେ ଜନଗଣନା ଆରମ୍ଭ କରାଯାଇପାରେ ବୋଲି ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମଲ ଗଣମାଧ୍ୟମକୁ ଜଣାଇଛନ୍ତି ।
ଦଳ ପକ୍ଷରୁୂ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦାନ କରି ଶ୍ରୀ ସାମଲ ବିଜେଡି ଓ କଂଗ୍ରେସକୁ ଆକ୍ଷେପ କରି କହିଛନ୍ତି ଯେ ବିରୋଧୀ ଦଳ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ବିଜେପି ସରକାର ପଛୁଆ ବର୍ଗ ଲୋକଙ୍କ କଲ୍ୟାଣ ପାଇଁ ଜାତିଭିତିକ ଜନଗଣନା ଅଭିଯାନ ଆରମ୍ଭ କରିବାକୁ ମନସ୍ଥ କରିଛନ୍ତି । ମାତ୍ର ବିଜେଡି ଓ କଂଗ୍ରେସ ବିଜେପିର ଲୋକପ୍ରିୟ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଅପଚେଷ୍ଟା ଚଳାଇଛନ୍ତି ।