ଖୁବ୍‌ଶୀଘ୍ର ପ୍ରକାଶ ପାଇବ CBSE ୧୦ମ ରେଜଲ୍ଟ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ …

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ ଖୁବ୍ଶୀଘ୍ର ଘୋଷଣା କରାଯାଇପାରେ । ଯଦିଓ ବୋର୍ଡ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ, ତଥାପି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଖୁବ୍ କମ୍ ସମୟ ମଧ୍ୟରେ ଘଟିବାକୁ ଯାଉଛି । ଫଳାଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ସମେତ ବିଭିନ୍ନ ପ୍ଲାଟଫର୍ମରେ ନିଜର ସ୍କୋରକାର୍ଡ ଯାଞ୍ଚ କରିପାରିବେ ।
ଛାତ୍ରଛାତ୍ରୀମାନେ କିଛି ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ନିଜର ଫଳାଫଳ ଦେଖିପାରିବେ । ସେଗୁଡ଼ିକ ହେଲା: cbse.gov.in ,cbseresults.nic.in, results.cbse.nic.in, digilocker.gov.in