ଓଡ଼ିଶା ସମେତ ୭ ରାଜ୍ୟକୁ କେନ୍ଦ୍ରର ଚିଠ

କୋଭିଡ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର….

ଭୁବନେଶ୍ୱର : କୋଭିଡ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବା କାରଣରୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଓଡ଼ିଶା ସମେତ ୭ଟି ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନଙ୍କ ନିକଟକୁ ପତ୍ର ଲେଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି । ଓଡିଶା ବ୍ୟତୀତ ଦିଲ୍ଲୀ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ତେଲେଙ୍ଗାନା ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖିଛନ୍ତି, ଅଗଷ୍ଟ ୫ ତାରିଖ ଦିନ ସର୍ବାଧିକ ୧,୭୯୦ ନୂତନ କରୋନା ଭାଇରସ ସଂକ୍ରମଣ ଅଧିକ ହେଉଥିବା ରିପୋର୍ଟ ଆସୁଛ ।

ଦେଶର ସାପ୍ତାହିକ ନୂତନ ସଂକ୍ରମଣରେ ଓଡ଼ିଶାର ୧୫ଟି ଜିଲ୍ଲାରେ ପରୀକ୍ଷା ହ୍ରାସ, ୧୦ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ଏବଂ ୪ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭିଟି ହାର ୧୦%ରୁ ଅଧିକ ରହୁଥିବା କଥା ଉଲ୍ଲେଖ କରା ଯାଉଛି । ପତ୍ରରେ ଆହୁରି କୁହା ଯାଇଛି ଯେ ଆଗାମୀ ମାସଗୁଡ଼ିକରେ ବହୁ ପର୍ବପର୍ବାଣି ପଡୁଥିବାରୁ ଜନସମାଗମ ହେବ ଏବଂ ସେଥିଯୋଗୁଁ ଅନ୍ୟାନ୍ୟ ସଂକ୍ରାମକ ରୋଗ ସମେତ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କ ରହିଛି । ତେଣୁ, ରାଜ୍ୟର ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଯଥେଷ୍ଟ ପରୀକ୍ଷା କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।