ଭିଜିଲାନ୍ସ ଜାଲରେ ବରଗଡ଼ କୃଷି ଅଧିକାରୀ

ବରଗଡ଼: ଭିଜିଲାନ୍ସ ଜାଲରେ ଫସିଛନ୍ତି ବରଗଡ଼ର କୃଷି ଅଧିକାରୀ । ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ଅଫିସର ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଣୟଙ୍କୁ ପାଇକମାଳ ବସଷ୍ଟାଣ୍ଟରୁ ଧରିଛି ଭିଜିଲାନ୍ସ ଟିିମ୍ । ସୂଚନା ଅନୁସାରେ, ସାର ଡିଲରଙ୍କଠାରୁ ଲାଞ୍ଚ ନେଉଥିଲେ ପ୍ରଣୟ । ଲାଇସେନ୍ସ ପାଇଁ ପ୍ରଣୟ ଲାଞ୍ଚ ନେଉଥିବା ଜଣାପଡିଛି । ଧରାପଡିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଣୟଙ୍କ ଘରେ ଚଢ଼ାଉ ଜାରି ରହିଛି ।