ଗୋପାଳପୁରରେ ରଘୁନାଥଜୀୟୁ ମନ୍ଦିର ଓ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ।

ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ…

ରଘୁନାଥପୁର: ରଘୁନାଥପୁର ବ୍ଲକ ଧରାଧରପୁର ପଞ୍ଚାୟତ ଗୋପାଳପୁର କୁମ୍ଭାରସାହି ରେ ନିର୍ମାଣ ହୋଇଥିବା ରଘୁନାଥଜୀୟୁ ଙ୍କ ନୂତନ ମନ୍ଦିର ଓ ବିଗ୍ରହପ୍ରତିଷ୍ଠା ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।୩ଦିନ ବ୍ୟାପି ଏହିଉତ୍ସବରେ ମଙ୍ଗଳବାର କଳସଯାତ୍ରା, ଅଙ୍କୁରାରୋପଣ, ଧ୍ୟାନ୍ୟାଧିବାସ, ବୁଧବାର ସୂର୍ଯ୍ୟପୂଜା, ଗୋପୂଜା,ଅଗ୍ନିସ୍ଥାପନ ଓ ଭଜନସଂନ୍ଧ୍ୟା ଗୁରୁବାର ସୂର୍ଯ୍ୟପୂଜା,ଗୋପୂଜା, ମଣ୍ଡଳାର୍ଚ୍ଚାନା ଓ ପୂର୍ଣ୍ଣହୂତି ସମାପନ ହୋଇଛି।ଦିନତମାମ ଭଜନକିର୍ତ୍ତନ ଓ ସଂନ୍ଧ୍ୟାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ।ଏହି ଉତ୍ସବରେ ଆଖପାଖ ପଞ୍ଚାୟତ ର ହଜାର ହଜାର ଭକ୍ତ ଯୋଗଦେଇ ପ୍ରଭୁଙ୍କ ଆଶିଷ ଲାଭକରିବା ସହ ପ୍ରସାଦ ସେବନକରିଥିଲେ।ଏହିଥିରେ ଗୋପାଳପୁର କୁମ୍ଭାର ସାହି ଜନସାଧାରଣ ପୂର୍ଣ୍ଣ ସହଯୋଗରେ ଶାନ୍ତି ସୣଙ୍ଖଳାସହ ପ୍ରତିଷ୍ଠା ଉତ୍ସବ ଶେଷହୋଇଥିଲା।