ଭୁବନେଶ୍ୱର : ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି ଯେ, ୧୧ ଓ ୧୨ରେ ଭୁବନେଶ୍ୱର ସମେତ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୁମାତ୍ରା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ୯ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବ । ୧୨ ଓ ୧୩ ତାରିଖରେ ଏହି ଘୂର୍ଣ୍ଣିବଳୟ ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ଛୁଇଁବ । ଦକ୍ଷିଣ ଆରବସାଗରରେ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାର ସମ୍ଭାବନା ଅଛି । ଫଳରେ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ । ଏହାର ପ୍ରଭାବରେ ଭୁବନେଶ୍ୱର, ଗୋପାଳପୁର, ପୁରୀ, ପାରାଦୀପ ଓ ଅନ୍ୟ ସମୁଦ୍ର ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ୧୧ ଓ ୧୨ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି ।