ଏହି ରାଜ୍ୟରେ ଆଉ ୬ ମାସ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମାଗଣା ରାସନ ଯୋଜନା ଆଉ ୬ ମାସ ସମ୍ପ୍ରସାରଣ କରିଛନ୍ତି । ଏହି ଯୋଜନା ୨୦୨୨ ମେ’ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । କରୋନା ଯୋଗୁ ଅନେକ ବେକାର ହୋଇଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ କହିଛନ୍ତି । ଏଣୁ କେନ୍ଦ୍ର ସରକାର ଦେଶରେ ଗରିବଙ୍କ ଲାଗି ଚଳାଇଥିବା ନିଶୁଳ୍କ ଖାଦ୍ୟ ଯୋଜନା ଆଉ ୬ ମାସ ଜାରି ରଖନ୍ତୁ ବୋଲି ନିବେଦନ କରିଛନ୍ତି । ଦିଲ୍ଲୀ ସରକାର ଏହି ଯୋଜନାକୁ ଆଉ ୬ ମାସ ସମ୍ପ୍ରସାରିତ ଘୋଷଣା କରିଛନ୍ତି ।