ମଧ୍ୟ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ର-ଛାତ୍ରୀ ଅସୁସ୍ଥ

ନୂଆଦିଲ୍ଲୀ : ତେଲେଙ୍ଗାନାର ଏକ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ତେବେ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀଙ୍କ ଅବସ୍ଥା ସ୍ଥିର ରହିଛି । ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ପ୍ରାଥମିକ ବିଦ୍ୟାଳୟର ୧୧୪ଜଣ ପିଲାଙ୍କ ପାଇଁ ଭୋଜନ କରାଯାଏ । କିନ୍ତୁ ସେହିଦିନ ମଧ୍ୟାହ୍ନ ଭୋଜନରେ ରନ୍ଧା ହୋଇଥିବା ଖାଦ୍ୟ ଖାଇ ୩୨ ଜଣ ଅସୁସ୍ଥ ହୋଇପଡିଥିଲେ । ସେ କହିଛନ୍ତି ଯେ ୩୨ ଜଣ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି । ରିପୋର୍ଟ ଅନୁଯାୟୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯିବା ସହ ଖାଦ୍ୟ ଯୋଗାଣ ପାଇଁ ଚୁକ୍ତିନାମା ଦିଆଯାଇଥିବା ଏଜେନ୍ସିର ଚୁକ୍ତିନାମାକୁ ବାତିଲ କରାଯାଇଥିବା ଜଣାପଡିଛି ।