ଟିକା ନେଇ ପ୍ରାଣ ହରାଇଲେ ଶିଶୁ କନ୍ୟା

ଢେଙ୍କାନାଳ, (ଏସ୍‌ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଖଜୁରିଆ ଗ୍ରାମରେ ଜଣେ ଶିଶୁକନ୍ୟା ଟିକା ନେଇ ମୃତ୍ୟୁବରଣ କରିଥିବା ଅଭିଯୋଗ ଆସିଛି । ଗ୍ରାମର ମହେଶ୍ୱର ଦାସଙ୍କର ୨ ମାସର ଝିଅ ଗ୍ରାମ ଅଙ୍ଗନୱାଡି କେନ୍ଦ୍ରରେ ଦୁଇ ବୁନ୍ଦା ପୋଲିଓ ଏବଂ ରୋଟାଭାଇରସ୍‌, ପେଣ୍ଟାଭାଇରସ୍‌ ଓ ନୂତନ ଭାବେ ଆସିଥିବା ପିସିବିର ଟିକା ନେଇଥିଲେ । ଟିକା ନେଇ ଘରକୁ ଫେରିବା ପରେ ଶିଶୁଟି ଶୋଇପଡିଥିଲା । କିଛି ସମୟ ପରେ ଉଠାଇଲା ବେଳକୁ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଇପଡିଥିଲା । ପରିବାର ଲୋକେ କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ଡାକ୍ତର ସେଠାରେ ଶିଶୁକନ୍ୟାକୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ତରଫରୁ ଟିକା ନେବା ପରେ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରୁଛନ୍ତି । ତେଣୁ ଡାକ୍ତର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର କହିଛନ୍ତି ।