ହୀରକୁଦରେ ଦୁଇଟି ଗେଟ୍‌ ବନ୍ଦ ହେଲା

ସମ୍ବଲପୁର, (ଏସ୍‌ ନ୍ୟୁଜ): ହୀରକୁଦ ଜଳଭଣ୍ଡାରର ୨ଟି ଗେଟ୍‌ ବନ୍ଦ ହେଲା । ଏବେ ୧୨ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ସମ୍ବଲପୁରରେ ବର୍ଷା ଲାଗି ରହିଥିବାବେଳେ ଉପରମୁଣ୍ଡରରେ ବର୍ଷା କମିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୯୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ପ୍ରତି ସେକେଣ୍ଡରେ ୨ ଲକ୍ଷ କ୍ୟୁସେକ୍‌ ଜଳ ଛଡାଯାଉଛି । ତେବେ ମୁଣ୍ଡଳୀ ଓ ଖଇରମାଲରେ ଜଳସ୍ତର ବୃଦ୍ଧି ପାଉଛି ।