ପଶ୍ଚିମ ଓଡିଶାର କଳାକୃତୀ ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ

ସମ୍ବଲପୁର, (ଏସ୍‌ ନ୍ୟୁଜ): ପଶ୍ଚିମ ଓଡ଼ିଶା ମାଟିର କଳାକୃତୀ ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ । ସମ୍ବଲପୁର ଓ ବରଗଡ଼ ମାଟିର ୮ ଜଣ କଳାକାର ଏହି ସଫଳତା ହାସଲ କରିଛନ୍ତି । କଳାକାରଙ୍କ କୃତୀକୁ ରିଲ ଭିଡଓ ମାଧ୍ୟମରେ ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶନୀ କରାଯିବ । ଇଣ୍ଡିଆନ କନ ଟେମ୍‌ପୋରାରି ଆର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିବା ଇଣ୍ଟରନ୍ୟାସନାଲ୍‌ଇ ଲ ଭର୍ଚୁଆଲ ଆର୍ଟସ ସୋ’ ଆୟୋଜନ କରାଯାଇଥିଲା । ଏଥିରେ ୭୨ ଜଣ କଳାକାରଙ୍କୁ ଚୟନ କରାଯାଇଛି । ଏଥି ମଧ୍ୟରୁ ସମ୍ବଲପୁରର ୭ ଜଣ ଓ ବରଗଡ଼ର ଜଣେ କଳାକାରଙ୍କ କୃତୀ ଏହି ସୋ’ ସ୍ଥାନ ପାଇଛି । ସମ୍ବଲପୁର ଚିତ୍ରଶିଳ୍ପୀ ସଞ୍ଜୟ ସାହୁଙ୍କ ‘ଡ୍ରିମ’, ମନୋଜ ଚୌଧୁରୀଙ୍କ ‘ଜିଙ୍ଗ ଅଫ୍‌ ଦି ରିଙ୍ଗ୍‌’, ମହେଶ ପାଣ୍‌ଡେଙ୍କ ‘ଅପନିଂ ସେଲିବ୍ରେସନ’, ପ୍ରେମଚାନ୍ଦ ରାଉତଙ୍କ ‘ଦି ହ୍ୱାଇଟ୍‌ସ ଅଫ ଗ୍ଲୋରି’, ବନ୍ଦନା ମିଶ୍ରଙ୍କ ‘ଜମ୍ପସ୍‌ ଅଫ ପ୍ରାଇଡ’, ସୁଜାତା ବେହେରାଙ୍କ ‘ଡାଇଭିଂ ଫୋର ଗ୍ଲୋରି’, ଅନୁରେଖା ଜେନାଙ୍କ ‘ସ୍ପ୍ରାଇଣ୍ଟର’ ଏବଂ କୁଶ ଭୂୟାଁଙ୍କ ‘ମିଶନ୍‌-୨୧’ କଳାକୃତି ପ୍ରଦର୍ଶୀତ ହେବାକୁ ଯୋଗ୍ୟ ବିବେଚିତ ହୋଇଛି । ପୂର୍ବତନ ସାଂସଦ ତଥା ଭାରତୀୟ ହକି ଦଳ ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଇଣ୍ଟରନ୍ୟାସନାଲ ଭର୍ଚ଼ୁଆଲ ଆର୍ଟସ ସୋ’ କୁ ଉଦଘାଟନ କରିଥିଲେ ।