ଭୁବନେଶ୍ୱର: ମତଦାନ ଦିନ କର୍ମଚାରୀଙ୍କୁ ମିଳିବ ଛୁଟି । ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନରେ ଅଂଶଗ୍ରହଣ କରିବେ ସମସ୍ତ କର୍ମଚାରୀ । ଏ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଶ୍ରମ ଆୟୋଗ । ଉଭୟ ଘରୋଇ ଏବଂ ସରକାରୀ କର୍ମଚାରୀଙ୍କୁ ମତଦାନ ଦିନ ଛୁଟି ଦେବା ବାଧ୍ୟତାମୂଳକ କରାଯାଇଛି । କର୍ମଚାରୀ ଛୁଟି ଚାହିଁଲେ ସଂସ୍ଥା ସେମାନଙ୍କୁ ଛୁଟି ଦେବାକୁ ବାଧ୍ୟ । ନଚେତ୍ ଏହା ଆଇନ ଅନୁଯାୟୀ ଅପରାଧ ବୋଲି ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଗ୍ରହଣ ହେବ ।
ଏହି ନିର୍ବାଚନ ପାଇଁ ସରକାରୀ କର୍ମଚାରୀଙ୍କୁ ୩ ଦିନର ଛୁଟି ପ୍ରଦାନ କରାଯିବ । ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ ଅଧିକାରୀଙ୍କୁ ମଧ୍ୟ ମତଦାନ ପାଇଁ ଛୁଟି ପ୍ରଦାନ କରାଯିବ । ଚାକିରିଆ ଆବେଦନ କଲେ ତିନିଦିନ ପର୍ୟ୍ୟନ୍ତ ସ୍ପେଶାଲ କାଜୁଆଲ ଲିଭ ଦେବା ପାଇଁ ସଂସ୍ଥା ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମତଦାନର ପୂର୍ବ ଦିନ, ମତ ଦାନ ଦିନ ଏବଂ ମତଦାନର ପର ଦିନକୁ ମିଶାଇ ତିନି ଦିନ ଛୁଟି ନେଇ ପାରିବେ ।