ଭୁବନେଶ୍ୱର ସମେତ ନିମାପଡାରେ ବିଜେପି ରାଜ୍ୟ ସଭାପତିଙ୍କ ପୈାର ନିର୍ବାଚନ ପ୍ରଚାର

ସହରବାସିନ୍ଦାଙ୍କ ଜୀବନମାନର ଉନ୍ନତି ଆଣିବା ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ସମୀର ମହାନ୍ତି

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମୋଦୀ ସରକାର ସର୍ବଦା ସାମଗ୍ରିକ ବିକାଶର ନୀତିରେ ବିଶ୍ୱାସ କରନ୍ତି । ଗ୍ରାମାଚଂଳ ଓ ସହରାଚଂଳ ବିକାଶକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି । ମୋଦିଜୀଙ୍କ ମୁଳମନ୍ତ୍ର ; “ସବ୍‌କା ସାଥ୍‌, ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ” । ସହରବାସିନ୍ଦାଙ୍କ ଜୀବନମାନର ଉନ୍ନତି ଆଣିବା ମୋଦି ସରକାରଙ୍କ ମୁଳ ଲକ୍ଷ୍ୟ । ମୋଦି ସରକାର ଅମଳରେ ଓଡିଶାର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ଆର୍ଥିକ ଅନୁଦାନ ମିଳିଥିବା ସତ୍ୱେ ରାଜ୍ୟରେ ବିକାଶ ଠପ୍‌ ହୋଇ ରହିଛି । ବିଭିନ୍ନ ଜନକଲ୍ୟାଣ ଯୋଜନା ଅଧପାନ୍ତରିଆ ଭାବେ ପଡି ରହିଛି । କେନ୍ଦ୍ର‘ବଜେଟ୍‌-୨୦୨୨’ ହେଉଛି ‘ସ୍ମାର୍ଟ ଅର୍ବାନାଇଜ୍‌ଡ ଇଣ୍ଡିଆ’ ପାଇଁ ମୋଦି ସରକାରଙ୍କ ସ୍ପଷ୍ଟ ଦୃଷ୍ଟିକୋଣ । ବସ୍ତିବାସିନ୍ଦାଙ୍କ ସହ ସହରାଂଚଳରେ ଜୀବନଶୈଳୀରେ ଅଦ୍ଭୁତପୂର୍ବ ପରିବର୍ତନ ପାଇଁ ‘ସ୍ୱାର୍ଟ ସିଟି ମିଶନ’, ‘ସହରାଚଂଳ ପୁନରୁଦ୍ଧାର’, ‘ଅଟଳ ମିଶନ (ଅମୃତ)’ ଏବଂ ‘ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା (ପିଏମ୍‌ଓ୍‌ôାଇ-ୟୁ)’ ଯୋଜନା ଜରିଆରେ ମୋଦି ସରକାର ସଂକଳ୍ପବଦ୍ଧ । ଓଡ଼ିଶାର ସହରାଚଂଳରେ ପାଇପଲାଇନ ଏବଂ ସିଟି ଗ୍ୟାସ ବିତରଣ (ସିଜିଡି) ପ୍ରକଳ୍ପର ଏକ ଦୃଢ଼ ନେଟୱାର୍କ ବିକଶିତ କରିବାର ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର ।

ସ୍ୱଚ୍ଛ ଭାରତ ମିଶନ ଯୋଜନାରେରାଜ୍ୟର ସହରଂଚଳକୁ ସ୍ୱଚ୍ଛ ରଖିବା ପାଇଁ, ଖୋଲା ମଳତ୍ୟାଗ ମୁକ୍ତ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଚଳିତ ଆର୍ଥିକ ବର୍ଷରେ ମୋଦି ସରକାର ଓଡିଶାକୁ ୧୭୫.୩୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦୀନ ଦୟାଲ ଉପାଧ୍ୟାୟ-ଜାତୀୟ ସହରୀ ଜୀବିକା ମିଶନ (ଏନୟୁଏଲଏମ) ଜରିଆରେ ସହରୀ ଗରିବ ପରିବାରର ଦାରିଦ୍ର୍ୟ ଓ ଦୁର୍ବଳତାକୁ ହ୍ରାସ କରିବା ପାଇଁ ସେମାନଙ୍କୁ ଲାଭଦାୟକ ଆତ୍ମନିଯୁକ୍ତି ଏବଂ କୁଶଳୀ ମଜୁରୀ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୋଦି ସରକାର ଗତ ୩ ବର୍ଷରେ ଓଡିଶାକୁ ୪୭୬୧.୭୪କୋଟି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଉଠାଦୋକନୀଙ୍କୁ ସ୍ୱାବଲମ୍ଭୀ କରିବା ପାଇଁ ୧୦ ହଜାର ଟଙ୍କାର ବନ୍ଧକ ବିହୀନ ଋଣ ଯୋଗାଇ ଦିଆଯାଉଛି । ବର୍ତମାନ ସୁଦ୍ଧା ୪୫ ହଜାର ଉଠାଦୋକନୀଙ୍କ ପାଇଁ ୪୫.୫୧ କୋଟି ଟଙ୍କା ଋଣ ମଞ୍ଜୁର ହୋଇଛି । କୋଭିଡ ସହାୟତା ପରିପ୍ରେକ୍ଷୀରେ ମୋଦି ସରକାର ଓଡିଶାକୁ ୨୨,୨୬୭ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ୩୨ଟି ଅକ୍ସିଜେନ ପିଏସଏ ପ୍ଲାଂଟ୍‌, ୧୨୫ଟି ଅକ୍ସିଜେନ କନସେନଟ୍ରେଟର, ୧୫୦୦ଅକ୍ସିଜେନ ସିଲିଣ୍ଡର ଓଡିଶାକୁ ଯୋଗାଇ ଦିଆଯାଇଛି । ଏହା ସତ୍ୱେ ଓଡିଶା ଆଜି ବିକଶିତ ରାଜ୍ୟ ମାନ୍ୟତା ପାଇବାରେ ବିଫଳ ହୋଇଛି । ଅନ୍ୟ ପଟେ ନିର୍ବାଚନ ସମୟରେ କେବଳ ପ୍ରଲୋଭନ ଦେଖାଇ ଓଡିଶାବାସୀଙ୍କୁ ପ୍ରତାରଣା ଦେଇ ଆସୁଛି ଶାସକ ବିଜେଡି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ପୈାର ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି ।

ସହରବାସୀଙ୍କ ପାଇଁ ହୋଲ୍ଡିଂ ଟ୍ୟାକ୍ସ, ପ୍ରପର୍ଟି ଟ୍ୟାକ୍ସକୁ ସରଳୀକରଣ; ସହରାଂଚଳରେ ୟୁଜର୍ସ ଫି ସଂପୂର୍ଣ୍ଣ ଉଚ୍ଛେଦ; ପୈାରାଂଚଳରେ ରେସିଡେନ୍ସିଆଲ୍‌ ଅଂଚଳର ବାସିନ୍ଦାଙ୍କ ପାଇଁ କଲ୍ୟାଣ ମଣ୍ଡପ ଓ କମ୍ୟୁନିଟି ସେଂଟର ନିର୍ମାଣ କରିବା; ସହରାଂଚଳର ଗରୀବ ଲୋକଙ୍କୁ ୨୪ ଘଂଟିଆ ମାଗଣା ପାନୀୟ ଜଳ ଏବଂ ଭୁମିହୀନଙ୍କୁ ଆବଶ୍ୟକ ଅନୁସାରେ ଜମି ପଟ୍ଟା ସହିତ ପକ୍କା ଘର ଯୋଗଇବା; ମାର୍କେଟ କଂପ୍ଲେକ୍ସ ନିର୍ମାଣ କରାଯାଇ ସେଥିରେ ଉଠାଦୋକାନୀମାନଙ୍କୁ ପ୍ରାଥମିକତା ଦିଆଯିବା; ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଦେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା; ପ୍ରତ୍ୟେକ ବସ୍ତି ଅଂଚଳରେ ରାସ୍ତା, ପାନୀୟ ଜଳ ଯୋଗାଣ, ଡ୍ରେନ୍‌, ବିଜୁଳି, ଷ୍ଟ୍ରିଟ୍‌ ଲାଇଟ୍‌ ଓ ଶୈାଚଳୟ ନିର୍ମାଣକୁ ପ୍ରାଥମିକତା ଦେବା ବିଜେପିର ସଂକଳ୍ପ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ସକାଳେ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ-୧୧ ରେ ସ୍ଥାନୀୟ ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ମେୟର ପ୍ରାର୍ଥୀନି ଶ୍ରୀମତୀ ସୁନୀତି ମୁଣ୍ଡ, ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ବହୁ କାର୍ଯ୍ୟକର୍ତାଙ୍କ ଗହଣରେ ପ୍ରଚାର କାର୍ଯ୍ୟ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।

ସେହିପରି ଅପରାହ୍ନରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପୁରୀ ଜିଲ୍ଲା ନିମାପଡା ଏନଏସିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହି ଅବସରରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ଚେୟାରମ୍ୟାନ ପ୍ରାର୍ଥୀ ଏବଂ କାଉନସିଲର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।