ଭୁବନେଶ୍ୱର,(ଏସ୍ ନ୍ୟୁଜ)ତା-୨୭/୦୫:ସାମୁଦ୍ରୀକ ବାତ୍ୟା “ୟାସ୍” ର ସମିକ୍ଷା କରିବା ଲାଗି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଭାବିତ ଅଞ୍ଚଳର ଆକାଶ ମାର୍ଗରୁ ଏହାର ସମିକ୍ଷା କରିଛନ୍ତି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୧ ଘଣ୍ଟା ଧରି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ବାତ୍ୟା କ୍ଷୟକ୍ଷତି ଆକଳନ ପରେ ସଂଧ୍ୟାରେ କିଛି ପ୍ୟାକେଜ ଘୋଷଣା ହୋଇପାରେ। ରାଜ୍ୟରେ ମହାମାରୀ କରୋନା ଲୋକଙ୍କ ଦାଉ ସାଦୁଥିବା ସମୟରେ ସାମୁଦି୍ରକ ଝଡବାତ୍ୟା ୟାସ ଓଡିଶା ବାସୀଙ୍କ ବେଡି ଉପରେ କୋରଡାମାଡ ସାଜିଛି । ହଜାର ହଜାର ଲୋକେ ଜଳବନ୍ଦୀ ହେବା ସହ ଶହ ଶହ ଲୋକଙ୍କ ଚାଳଛପର ଘର ଭାଙ୍ଗିଯାଇଛି ।
“ୟାସ୍’ ର ପ୍ରଭାବରେ ବିଶେଷ ଭାବରେ ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୁରଭଞ୍ଜରେ ଅଧିକ କ୍ଷତି ଘଟିଥିବା ବେଳେ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ପାଇଁ ଶିମିଳିପାଳରୁ ବାହାରିଥିବା ନଦୀଗୁଡିକରେ ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଏହା ସହିତ ଗତ କାଲି ମୁଖ୍ୟମନ୍ତ୍ରୀ ପ୍ରଭାବିତ ଅଞ୍ଚଳର ୧୨୮ ଗ୍ରାମର ଲୋକମାନଙ୍କୁ ଆଗାମିି ୭ ଦିନ ପର୍ଯ୍ୟନ୍ତ ମାଗଣାରେ ରାସନ ସମଗ୍ରୀ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ବାତ୍ୟାରେ କ୍ଷତିଗସ୍ତ ହୋଇଥିବା ପ୍ରମୁଖ ରାସ୍ତାଗୁଡ଼ିକୁ ୨୪ ଘଣ୍ଟା ମଧ୍ୟରେ ମରାମତି କରାଯିବ ଏବଂ ପ୍ରଭାବିତ ଜିଲ୍ଲାରେ ୮୦ ପ୍ରତିଶତ ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରାଯିବ। ଏଥିସହିତ ବାତ୍ୟା ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଥିବାରୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
Prev Post