ଆଇପିଏସ୍ ଅଧିକାରୀ ୧୯୮୫ବ୍ୟାଚ୍,ଶ୍ରୀ ଜୈସୱାଲ ସିବିଆଇର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,ତା୨୫/୦୫/୨୦୨୧: ମଙ୍ଗଳବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅଧିକାରୀ 1985 ବ୍ୟାଚ୍,ଶ୍ରୀ ଜୈସୱାଲ। ଆଜି ଭାରତ ସରକାରଙ୍କ ପକ୍ଷରୁ ତାଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ୩ ଜଣିଆ କମିଟିର ନିଷ୍ପତ୍ତି କ୍ରମେ ଆଇପିଏସ୍‌ ସୁବୋଧ କୁମାର ଜୈସୱାଲ ସିବିଆଇର ମୁଖ୍ୟ ଭାବେ ବୁଧବାର ନିଯୁକ୍ତି ପାଇଛି। ସେ ଏହି ପଦରେ ୨ ବର୍ଷ ପାଇଁ କାର୍ଯ୍ୟ କରିବେ । ବର୍ତ୍ତମାନ ଶ୍ରୀ ଜୈସଲୱାଲ ସିଆଇଏସଏଫ ମୁଖ୍ୟ ଭାବେ କାମ କରୁଛନ୍ତି।

ସିଆଇଏସଫ ମୁଖ୍ୟ ହେବା ପୂର୍ବରୁ ଆଇପିଏସ ଜୈସଲୱାଲ ମୁମ୍ବାଇ ପୁଲିସ କମିଶନ ଓ ମହାରାଷ୍ଟ୍ର ଡିଜିପି ଭାବେ କାର୍ଯ୍ୟ କରିଥିଲେ। ସେ ମହାରାଷ୍ଟ୍ରରେ କାର୍ଯ୍ୟ କରୁଥିବା ବେଳେ ବହୁ ଚର୍ଚ୍ଚିତ ତେଲଗି ଦୁର୍ନୀତିର ତଦନ୍ତ କରିଥିଲେ। ଏହାପରେ ଏହି ତଦନ୍ତ ଭାର ସିବିଆଇ ନିଜ ହାତକୁ ନେଇଥିଲା। ଏହି ସମୟରେ ସେ ଏସ୍‌ଆରପିଏଫ ମୁଖ୍ୟ ଥିଲେ।
ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠା ଅଧିନିୟମ, 1946 ର ଧାରା 4A (1) ଅନୁଯାୟୀ ଗଠିତ କମିଟି ଦ୍ୱାରା ସୁପାରିଶ କରାଯାଇଥିବା ପ୍ୟାନେଲ ଉପରେ ଆଧାର କରି କ୍ୟାବିନେଟର ନିଯୁକ୍ତି କମିଟି ଆଇପିଏସ୍ (Mh-1985) ଭାବରେ ସୁବୋଧ କୁମାର ଜସୱାଲଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ନିର୍ଦ୍ଦେଶକ, କେନ୍ଦ୍ରୀୟ ବ୍ୟୁରୋ ।